STORYMIRROR

Kshyama sagar Prusty

Inspirational

4  

Kshyama sagar Prusty

Inspirational

ଏଇ ମାଟିର ମଣିଷ

ଏଇ ମାଟିର ମଣିଷ

1 min
289

ଓଡିଶା ମାଟିର ଓଡ଼ିଆ ଜାତିର

ଗର୍ବ ସେ ଏଇ ମାଟିର ମଣିଷ

ଧନ୍ୟବାଦ ସେଇ ପିତାମାତାଙ୍କୁ 

ଜନ୍ମ ଦେଇଛନ୍ତି ଯେ ତାଙ୍କୁ

ଓଡ଼ିଶାର ଗର୍ବ, ଗୌରବଙ୍କୁ

ଏ ମାଟିର ଯୋଗ୍ୟ ସନ୍ତାନ ମହାନ ସ୍ତ୍ରୀ,ପୁରୁଷ

ମାତା ପାର୍ବତୀ ଦେବି, ପିତା ରଘୁନାଥ ଦାସ

ବର୍ଷ ଅଠରଶହ ଅଠଚାଳିଶ

ତାରିଖ ଅଠେଇଶ, ଅପ୍ରେଲ ପୁଣ୍ୟର ମାସ

ଜନ୍ମ ହୋଇଥିଲେ ଏଇ ମାଟିର ମଣିଷ

ଓଡ଼ିଶାର ଗର୍ବ,ଗୌରବ ମଧୁ ସୁଦନ ଦାସ

କଟକ ଜିଲ୍ଲାରେ ତାଙ୍କରି ଘର

ଗ୍ରାମର ନାମ ସତ୍ୟଭାମାପୁର

ସେଇଠି ଅଛି ଏନ୍ତୁଡ଼ି ଶାଳ

ମଧୁ ବାବୁଙ୍କ ପାଠାଗାର

ଆସରେ ପିଲେ ଆସ

କସ୍ତୁରବା ଗାନ୍ଧୀ ଆଶ୍ରମକୁ ଆସ

ଏ ବର୍ଷ ପାଳିବା ସେଠି ଆମେ ଉତ୍କଳ ଦିବସ

ମଧୁ ବାବୁଙ୍କ ପାଠାଗାରେ ପାଠପଢିବା ବସ

ଛବିଳ ମଧୁ ବର୍ଣବୋଧ ପଢି

ହେବା ଆମେ ଭଲ ମଣିଷ

ସୁନାର ଓଡିଶା ଗଢିବା ଆସ

ବଢିବ ଉତ୍କଳ ମାଟିର ଯଶ

ଆମେ ପରା ଏଇ ମଧୁ ମାଟିର ମଣିଷ

ଆମେ ପରା ଏଇ ମଧୁ ମାଟିର ମଣିଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational