STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଏଇ ଏକ ଦଶନ୍ଧି

ଏଇ ଏକ ଦଶନ୍ଧି

1 min
134

ଏଇ ଏକ ଦଶନ୍ଧିର ସମ୍ପର୍କ

ଯେଉଁଥିରେ ଲୁକ୍କାୟିତ ଅଛି ଅନେକ ଅଭୂଲା ଅତୀତ

ସେଇ ଅଭୂଲା ଅତୀତ ଭିତରୁ 

କିଛି ଦେଇଛି ମନରେ ଉତ୍କଣ୍ଠା

ଆଉ କିଛି ଦେଇଛି ମନରେ ଅବସନ୍ନତା

ତଥାପି କେବେ ବିରାମି ଯାଇନି ଏ ସମ୍ପର୍କ

ଏଇ ଏକ ଦଶନ୍ଧିର ଭଲ ପାଇବା

ଯେଉଁଥିରେ ଅଛି କିଛି ମଧୁଝରା ଲଗନ

ଆଉ କିଛି ସ୍ୱଳ୍ପ ସମୟର ଅଭିମାନ

ତଥାପି ଏ ଭଲ ପାଇବା କେବେ ପଥଶ୍ରାନ୍ତ ହୋଇନି

ଏଇ ଏକ ଦଶନ୍ଧିର ବିଶ୍ଵାସ

ଯାହା କରିଛି ଏ ଅପରିଚିତ ଦୁଇ ହୃଦୟର ମିଳନ

ଯାହା ଦେଇଛି ଦୁଇଟି ଦେହକୁ ଗୋଟିଏ ସ୍ପନ୍ଦନ

ତଥାପି ଏ ବିଶ୍ଵାସର ଡୋର ସେମିତି ଶକ୍ତ ଅଛି

ଭାଙ୍ଗିବନି ଏହାକୁ କେବେ ଅବିଶ୍ଵାସର ଅଣଚାଶ ପବନ

ଏଇ ଏକ ଦଶନ୍ଧିର ଶିକ୍ଷା

ଯାହା ଶିଖାଇ ଦେଇଛି ସେ ଜହ୍ନରେ ଥିବା ଚିହ୍ନର ସଂଜ୍ଞାକୁ

କଳଙ୍କର ଦାଗ ନୁହେଁ ସେ ବଢାଉଛି ତା'ର ସୌନ୍ଦର୍ଯ୍ୟ କୁ

ଠିକ୍ ସେମିତି ଯଦି ରାଗ ରୂଷା ନ'ଥାନ୍ତା

ଏ ଦଶନ୍ଧି ଖାଲି 

ଲୋକ ଦେଖାଣିଆ ଭଲପାଇବାର ନିଦର୍ଶନ ହୋଇ ଯାଇଥାଆନ୍ତା


Rate this content
Log in

Similar oriya poem from Abstract