Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Inspirational

4  

Pratapkesari Sahu

Inspirational

ଏଇ ଆମ ଭାରତ

ଏଇ ଆମ ଭାରତ

1 min
362


ଏଇ ଆମ ଭାରତ ହିମାଳୟ ତା'ର ମୁକୁଟ

ପଶ୍ଚିମ ରେ ଆରବ ସାଗର ସୁଦୀର୍ଘ ର ଥାଟ ।


ଦକ୍ଷିଣ ଦିଗରେ ଅଛି ଭାରତ ମହାସାଗର

ପୂର୍ବେ ବମ୍ବୋପ ସାଗର କଳିକତା ସହର ।


ଓଡିଶା ଭୂଇଁ ସରଗଭୂଇଁ ବମ୍ବୋପ ସାଗରତୀରେ

ଜଗନ୍ନାଥ ଧାମ ଶୋଭାପାଏ ମହୋଦଧି ତଟରେ।


ମହାନଦୀ ତେଲ ଯମୁନା କାବେରୀ ସରସ୍ୱତୀ

ଗୋଦାବରୀ କୃଷ୍ଣା ଗଙ୍ଗା ବୈତରଣୀ ବ୍ରାହ୍ମଣୀ ।


ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସବୁଜବନାନୀ

ଉଚ୍ଚ ପରବତ ସୁବିସ୍ତିର୍ଣ କ୍ଷେତ ଭାରତ ଭୂଇଁ ।


କାଶ୍ମୀରରୁ କନ୍ୟା କୁମାରୀ ଯାଏ ଭୂମି ଲମ୍ବିଛି

ଉତ୍ତରରେ ହିମାଳୟ ତିନି ଦିଗେ ଜଳରାଶିମିଶୁଛି।


ଭାରତମାତାର ପାଦଧୋଇ ଗୁଣ ତା'ର ଗାଉଛି

ବିଭିନ୍ନତା ମଧ୍ୟୈ ଏକତା ହେବାର ମନ୍ତ୍ର ଫୁଙ୍କିଛି ।


ଆମେ ତ ସରବେ ଏକ ମାଆର ସୁଯୋଗ୍ୟ ସନ୍ତାନ

ପରସ୍ପର ବାନ୍ଧି ହେବୁ ଶୃଙ୍ଖଳିତ ଆମ ଜୀବନ ।


ବିଭିନ୍ନ ଧର୍ମ ବିବିଧ କର୍ମ ଥାଏ ଯଦ୍ୟପି ଆମର

ଭାରତୀୟ ଆମେ ଏହା ଆମର ପରିଚୟ ।


ଏଇ ଦେଶେ କେତେ କର୍ମବୀର କରିଲେ ସୁଯଶ

ମହାତ୍ମାଗାନ୍ଧୀ ନେହେରୁ ଫଟେଲ ସୁବାଷ ବୋଷ ।


ଶପଥ ନେଇ କର୍ମ କରିବୁ ଦେଶର ହେବ ଉନ୍ନତି,

ଉନ୍ନତି ପଥେ ଭାରତ ଆମ ଅଗ୍ରସର ହେବ ଝଟତି।


କୃଷକ କରିବ ଉନ୍ନତ ଚାଷ ଦୂରେଇ ଯିବ କ୍ଷୁଧା,

ସୀମାରେ ଜଗିବ ବୀରସୈନିକ ଶତୃହେବ ଅଚାବୁହା ।


ହାତେହାତ ଧରି ଚାଲିବୁ ଆମେ ଧରି ପ୍ରଗତି ପଥ

ଦୁନିଆଁ ଦେଖିବ ଆମ ସଭିଙ୍କର ଏକତାର ବଳ।


ବିଜ୍ଞାନ ବିକାଶ କରିଲେ ବିକଶିତ ହେବ ଦେଶ

ଜଗତେ ଦିନେ ସୁନାମ ଅର୍ଜିବ ଏଇ ଆମ ଭାରତ ।


Rate this content
Log in

Similar oriya poem from Inspirational