STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଏଇ ଆମ ବାସ୍ତବତା

ଏଇ ଆମ ବାସ୍ତବତା

1 min
3.0K

ନାହିଁ ସେ ଅତୀତ ଜୀବନର ମନ୍ତ୍ର

ସମ୍ପର୍କରେ ନିବିଡ଼ତା

 ଅଧିକାର ପୂର୍ଣ୍ଣ ଆପଣାର ପଣ

ସମାଜରେ ଗଭୀରତା


ବଦଳିଛି ମନ ରାଗ ଅଭିମାନ

ଅନ୍ତରରେ ବିହ୍ଵଳତା

ଚାରିପାଶେ ଭିଡ଼ ହୃଦୟରେ ବାଡ଼

ଭରିଅଛି ନିଃସଙ୍ଗତା


ଲୋକଦେଖାଣିଆ ଭାବ ଦିଆନିଆ

ସ୍ୱାର୍ଥ ପୂର୍ଣ୍ଣ ସରସତା 

ସତ କହି କିଏ ଏଠି ଦୋଷୀ ହୁଏ

ଜିତିଯାଏ ଆବିଳତା


ଧନ ମୋହ ଗର୍ବ ମିଛ ଅହଂଭାବ

ଘାରିଅଛି କପଟତା

ଦିନ ଯାଏ ସରି ଧନ ଅର୍ଜିକରି

ଏଇ ଆମ ବାସ୍ତବତା


ମାନ ସନମାନ ଧନୀକର ଚିହ୍ନ

ଗରୀବର ମନକଥା

ବୁଝେ ନାହିଁ କେହି ରାହା ପାଏ ନାହିଁ

ମୁଖେ ତା'ର ନୀରବତା


ପାଶ୍ଚାତ୍ୟ ବଳୟ କରୁଛି ପ୍ରଳୟ

ଭାଳି ଆମ ମହାନତା

ଆତ୍ମୀୟ ସ୍ୱଜନ ହୋଇଲେଣି ଶୂନ୍ୟ

ନାହିଁ ଆଉ ମଧୁରତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract