STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଏହି ମୋ ଭାରତ ବର୍ଷ

ଏହି ମୋ ଭାରତ ବର୍ଷ

1 min
260

ଯେ ଦେଶର ମାଟି ଚନ୍ଦନ ସୁବାସ

 ବିତରୀ କରୁଛି ଜନମନ ବଶ

ଏମିତି ମାଟିରେ ଜନମି ମୁହିଁରେ

  ଲଭିଅଛି ପଉରୁଷ

  ଏହି ମୋ ଭାରତ ବର୍ଷ।


ଜଳଧାରା ଯାର ଅମୃତ ବାଣ୍ଟୁଛି

ସମୀରଣେ ଚିର ମଳୟ ବହୁଛି

 ଯେ ଦେଶର ବୃକ୍ଷ

  ଦେବତା ପାଲଟେ

ପଥରରେ ଜୀବନ୍ୟାସ।

 ଏହି ମୋ ଭାରତ ବର୍ଷ


ଜାତି ଧର୍ମ ଭେଦ ନାହିଁ ଯେ ଦେଶରେ

ଏକତା ରଜ୍ଜୁ ରେ ବନ୍ଧା ସଭିଏଁରେ

 ଅନେକ ଫୁଲରେ ମାଳ 

  ଯେ ଗୋଟିଏ

ଭରୁ କୋଟି ମୁଖେ ହସ।

 ଏହି ମୋ ଭାରତ ବର୍ଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational