STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଏହି ଅଳି ମୋର

ଏହି ଅଳି ମୋର

1 min
175

ନିଶା କେତେ ବାକି ଅଛି

ଆଶା ସବୁ ମରିଗଲା ପରେ

ଦେଇନି କେତେ ମୁଁ ହିସାବ କଲା ପରେ

ମତୁଆଲି ମନ ଝୁରେ, ପୁଣି ଝରେ ସବୁଦିନ

ମନ ଫୁଲ ବଗିଚାରେ ସତରେ ବହୁତ କମ୍ପନର ଗୁଞ୍ଜନ

ମୁଁ ହୁଏତ ଅଭିଶପ୍ତ ଏଇଥିପାଇଁ ଆଶାର ନିରାଶେ

ମୁଁ ହୁଏତ ଜୀବନ୍ତ ଅନେକ ବାକି ମୋ ତୃଷ୍ଣା

ସେ ପାଇଁ ମାଗୁଛି ମୋକ୍ଷ, ଦେଇକି ପାରିବ ତମେ କୃଷ୍ଣା?


ସବୁଦିନ ଗୋଟେ ଗୋଟେ ସୁନେଲି ସକାଳ ଚମକିବ

କାଉମାନେ କା କା ବି ଡାକିବେ

ହେଲେ ମୁଁ ଉଠୁନଥିବି

ଘରସାରା ଦୌଡ଼ ଧାଁ, ହୋ ହାଲ୍ଲା

କେହି ଭିତରେ ଭିତରେ ବି ଭାବୁଥିବେ, ଯା ହେଉ ଭଲହେଲା

କଣ୍ଟା ଗଲା

ନା ନା ସାହିପାରିବିନି

ଯେତେ ଯିଏ କହୁ ଆଖି ମୁଜିଲେ ସବୁ ଗଲା

କିଏ ଆଉ ଦେଖୁଛି

ତଥାପି ବଞ୍ଚିବି ମୁଁ ନିଶାରେ, ନଥାଇ ଆଶା

ଥରେ ତ ମଂଜୁର କରିଦିଅନା କୃଷ୍ଣା

ତମଠୁ ନିଜର ଆଉ କିଏ ଯେ, କହିବ କୃଷ୍ଣଙ୍କୁ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy