Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Tragedy Others

2  

Durjyodhan Barik

Tragedy Others

ଏବେର ଗଣତନ୍ତ୍ର

ଏବେର ଗଣତନ୍ତ୍ର

1 min
111



ଆଜି ଗଣତନ୍ତ୍ର ଲାଗୁଛି ବିଚିତ୍ର

ରସାତଳ ଗାମି ଦେଶ ,

କର୍ମଚାରୀ ଠାରୁ ନେତା ପରିଯନ୍ତ

ସର୍ବେ ଉତ୍କୋଚର ବଶ ।

ଅଫିସର ବାବୁ ଲାଞ୍ଚୁଆ ହୁଅନ୍ତି

କରନ୍ତି ନାହିଁ ସେ କାମ ,

ଉପଭୋକ୍ତା ମାନେ ନିଇତି ଫେରନ୍ତି

ବୁଦ୍ଧି ହୁଏ ତାଙ୍କ ବାମ ।

ଶିକ୍ଷକ ଶିକ୍ଷୟିତ୍ରୀ ଟ୍ଵୁସନ ଗୁରୁ

କକ୍ଷାରେ ପଢାନ୍ତି ନାହିଁ ,

ପ୍ରଶ୍ନ ପଚାରନ୍ତେ ଛାତ୍ର ଙ୍କୁ କୁହନ୍ତି

ଟିଉସନ ହେବା ପାଇଁ ।

ପୋଲିସ ଓକିଲ ସେଘରେ ପିଉସୀ

ଏଘରେ ମାଉସୀ ହେଲେ ,

ଅଦାଲତରେ ସେ ତାରିଖ ଘୁଞ୍ଚାନ୍ତି

ମରୁ ପଛେ ଯିଏ ମଲେ ।

ପତ୍ରକାର ମାନେ ବିକାଉ ହେଲେଣି

ଗାନ୍ଧୀ ନାଲି ପାଣି ପାଇଁ ,

ସେବା ଓଲଟିଣ ବାସେ ପାଲଟିଛି

ସେବାଭାବ ଆଉ ନାହିଁ ।



Rate this content
Log in

Similar oriya poem from Tragedy