STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ଏବେବି ସାବିତ୍ରୀ

ଏବେବି ସାବିତ୍ରୀ

1 min
12.6K



ସତ୍ୟ,ଦ୍ଵାପର, ତ୍ରେତୟା ଓ କଳି

ସବୁଠାରେ ନାରୀ ମହାନ,

ସେମିତି କା ସୃଷ୍ଟି କରି ଛନ୍ତି ସ୍ରଷ୍ଟା

ଅମୂଲ୍ୟ ତାଙ୍କର ଦାନ।

ନାରୀ ଓ ପୁରୁଷ, ଶିବ ଆଉ ଶକ୍ତି

ମିଶି ଗଢିଥାନ୍ତି ସୃଷ୍ଟି,

ଗୋଟିଏ ବୃନ୍ତର ଦୁଇଟି ଫୁଲ ଯେ

ଭାଗ୍ୟ ଲେଖେ ଦେବୀ ଷଠୀ।

ସହନଶୀଳତା, ସ୍ନେହ, ଦୟା, କ୍ଷମା

ଭରିଲେ ନାରୀ ଶରୀରେ,

ସ୍ଵାମୀ ଦୁଃଖେସୁଖେ ସମଭାଗୀ ହୁଏ

ମନାସେ ସନ୍ତାନ ଶୁଭରେ

ପରିବାର ପାଇଁ ନିଜକୁ ଉତ୍ସର୍ଗେ

ସ୍ଵାମୀଙ୍କୁ ଦେବତା ମଣି,

ଅନ୍ୟ ଗୋତ୍ରେ ଯାଇ ପରଘରକୁ ସେ

କର୍ମ କରେ ଆପଣା ମଣି।

ନିଜଲାଗି କେବେ ସୁଖ ନ ମନାସେ

ଥାଏ ଶ୍ୱଶୁରାଳୟ ସୁଖେ,

ଶଙ୍ଖା ସିନ୍ଦୁରକୁ କୋଟିନିଧି ପ୍ରାୟ

ସମ୍ପାଦି ଥାଏ ତ ପାଖେ।

ଅସତ ପଥରେ ଯାଏନାହି କେବେ

କରେ ପୂଜା କର୍ମ ମାନ,

ସତ୍, ନ୍ୟାୟ ଆଉ ଧର୍ମ ଧାରଣାରେ

ବିତାଇ ଦିଏ ତା ଦିନ ।


ସ୍ଵାମୀ ତା ସର୍ବସ୍ୱ ସ୍ଵାମୀ ତା ସମ୍ପତ୍ତି

ସ୍ଵାମୀ ଘର ତା ବୈକୁଣ୍ଠ,

ସ୍ଵାମୀ ପାଇଁ ପୁଣି ସନ୍ତାନର ପାଇଁ

ବିଷପାନେ ସେ ଆକଣ୍ଠ।

ସଳିତା ପରିକା ନିଜେ ଜଳିଜଳି

ଅନ୍ୟକୁ ଆଲୋକ ଦିଏ,

ସ୍ଵାମୀପାଇଁ ସଦା ଦେବଲୋକ ଆଉ

ଯମ ସାଥେ ଲଢିଥାଏ।

ଅଖଣ୍ଡ ସୌଭାଗ୍ୟ ବତୀର ଆଶୀଷ

ସଭିଙ୍କଠୁ ଆଶା କରେ,

କେବଳ ସ୍ଵାମୀର ଦୀର୍ଘାୟୁଷ ପାଇଁ

ଦୀପଭଳି ଜଳି ପାରେ।

କୋମଳ ମନରେ ଦୁର୍ଗା ରୂପ ଧରି

ସ୍ଵାମୀ ପାଇଁ ଲଢିଥାଏ,

ହଜିନି ସେ କଥା ଏବେବି ରହିଛି

ସେ ପୁରାଣ ସାବିତ୍ରୀଟିଏ।

ସେକାଳ ସାବିତ୍ରୀ ସ୍ଵାମୀର ଆୟୁଷେ

ଲଢିଥିଲେ ଯମ ସାଥେ,

ଏବେବି ସାବିତ୍ରୀ ସ୍ଵାମୀ ମଙ୍ଗଳରେ

ଧାଏଁ କଣ୍ଟକିତ ପଥେ।


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational