STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଏବେବି କିଛି ହଜିଛି

ଏବେବି କିଛି ହଜିଛି

1 min
2.8K

ସ୍ବାଧିନତାର ଏତେ ବର୍ଷପରେ

ମୁଖରିତ ମାଟି ମଟାଳ

ଛଣ ହଡା ନଈପଠା

ସବୁ କୋଳା ହଳ

କିନ୍ତୁ ମୋ ମନରେ ପ୍ରଶ୍ନ

ଖାଁ ଖିଁ ସମୟର ରାଜତ୍ବ

କିଛି ହଜି ଯାଇଛି

କିଛି ପ୍ରତି ଲୈମେ ଯାଇଛି ବିତି

ଏକ ସୂତ୍ରେ ବନ୍ଧା ଏ ଜୀବନ

ଆମ ପବିତ୍ର ସଂସ୍କୃୃୃୃୃୃୃୃୃୃତି

ଏକଦା କେଉଁ ଗଣିକାର

ପାଦର ଘୁଙ୍ଗୁର ପଡିଛି ବନ୍ଧା

ଖୋଜି ଖୋଜି ରାତି ପାହିଲାଣି

କେବଳ ଖଦଡ ତଳେ

କଥାରେ ଚାଲ ବାଜି କରି

ଆତସ ବାଜି ବଜାଇବା

ଲମ୍ବା ହାତ ତଳେ

ଆ ଜନ୍ମ ବାବାଜି ବେଶ

ଏବେବି ମୁଁ ଖୋଜୁଛି

ଖପୁରି ହାଡରୁ ଖଣ୍ଡେ

ଗୁଣିଆର କାଉଁରି କାଠିରେ

ନଚାଉଛି ମାଙ୍କଡ ପରି

ମୋ ମନରେ ପୁଣି ପ୍ରଶ୍ନ

ଏବେବି କିଛି ହଜିଛି

ଆସ ଆମେ ସମସ୍ତେ

ମିଳିମିଶି ଖୋଜିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract