STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଏବେବି କାନ୍ଦୁଛି

ଏବେବି କାନ୍ଦୁଛି

1 min
146

ଭାରତରେ ପୁଣି ସ୍ୱାଧୀନତା ପରେ

କାନ୍ଦୁଛନ୍ତି କେତେ ମାଆ

ଶୌଚାଳୟେ କାର ଦିନ ବିତୁ ଅଛି

ଛାତ ନାହିଁ କି କୁଡିଆ


ଆବାସ ଯୋଜନା ତା ପାଇଁ ସପନ

ମିଳେନା ବିଧବା ଭତା

ଦିଟଙ୍କା ଚାଉଳ କିରସିନି ତୈଳ

ଖୋଲି ନାହିଁ କାର ଖାତା


ବାର୍ଦ୍ଧକ୍ୟ ରେ କାର ମିଳୁନି ଭତା ଯେ

କାନ୍ଦନ୍ତି କେତେ ବୁଢ଼ୀ ମା

ପ୍ରଶାସନ ଭାଇ ଦୃଷ୍ଟି ଦିଅ ସେହି

ନାହିଁ କିଛି ଯାର ଜମା


ତେବେ ତୁମ୍ଭ କର୍ମ ସାର୍ଥକ ହୋଇବ

ଝୂରିବେ ଗଲେବି ଚାଲି

ହସିବେ ଅଭାବି କେତେ ବୁଢ଼ା ବୁଢ଼ୀ

ଜଳିବ କାହାର ଚୂଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract