STORYMIRROR

Pratima Panda

Abstract

3  

Pratima Panda

Abstract

ଏବେ ମୋ ଗାଁ ରାସ୍ତା

ଏବେ ମୋ ଗାଁ ରାସ୍ତା

1 min
11.9K

 ମୋ ଗାଁ ରାସ୍ତା

ବାଲି ଗୋଡି ମାଟି

ଖାଲ ଖମା ସଂକୀର୍ଣ୍ଣ ବିସ୍ତୀର୍ଣ୍ଣ 

ଅତି ପରିଚିତ ଯେମିତି 

ମୋ ଅତି ଆପଣାର

ମୋ ଆଣ୍ଠୁ ଫଟେଇ

ଝରେଇଲେ ବି ରକ୍ତ

 ଲାଗେ ଚନ୍ଦନ ପରି

ପରଦିନ ପୁଣି ସେ ପଥରେ

ଯିବା ପାଇଁ ସାହସ ଭରେ

ଅନ୍ଧାର ରାତି ହେଉ ବା

ମଶାଣି ପାଖ ଆମ୍ବ ତୋଟା

ଡର ତ ଲାଗେ କିନ୍ତୁ

ସବୁ ହୋଇଯାଏ ପାରି

ଗ୍ରାମ ଦେବୀଙ୍କ ନାଁ ନେଇ

ଶୁଣିଛି ଏବେ ସେ ତୋଟା ପାଖେ

କିଏ ଘର ଟେ ତୋଳିଛି

ଆଉ କିଛି ଡର ନାହିଁ

ଗାଁ ପଥ ମୋର ଏବେ

କଳା ମଚମଚ ସାପଟେ ହୋଇ

ସହର ରେ ଗଲାଣି ମିଶି

ମଟରସାଇକେଲ୍ ର ଲାଇଟ୍ 

ଆଉ ପେଁପାଁ ଶୁଭେ ଅଧ ରାତି

ଆଜିକାଲି ଗାଁ କୁ ଗଲେ

ମତେ ସବୁ ଲାଗେ ନୂଆଁ ନୂଆଁ

ଅପରିଚିତ ଅଜଣା

ବାରମ୍ବାର ଖସେ ଗୋଡ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract