STORYMIRROR

Chittaranjan Nanda

Fantasy Inspirational Others

3  

Chittaranjan Nanda

Fantasy Inspirational Others

ଏବେ ବି ଭୂଆଁ ବୁଲେଇବ ଭାବିଛି

ଏବେ ବି ଭୂଆଁ ବୁଲେଇବ ଭାବିଛି

1 min
117


ଭୋଟ ଆସିଛି,

ଶାସନ ଗାଦିରେ ବସିଛି,

ପାଂଚ ବରଷ କାଟିଛି,

ଘରେ ଘରେ ବୁଲୁଛି,

ଘୋଡାହାତୀ ଦେବ କହୁଛି,

ଧନ୍ୟ ରାଜନୀତି ଖେଳ,

ଏମିତିକା ଖେଳ ଖେଳି ଆସିଛି ।


ଆଛା ସମୟ ଆସିବ କହୁଥିଲା,

ମିଛ ପ୍ରତିଶ୍ରୁତି ମାନ ଦେଇଥିଲା,

କେବେ ତ ଆଗରୁ ଦେଖା ନଥିଲା,

ନ୍ୟାୟ ମାଗିବାରୁ ଲାଠି ଦେଖେଇଲା,

ଘରେ ଘରେ ବୁଲୁଛି,

ଘୋଡାହାତୀ ଦେବ କହୁଛି,

ଧନ୍ୟ ରାଜନୀତି ଖେଳ,

ଏମିତିକା ଖେଳ ଖେଳି ଆସିଛି ।


ପୁଣି ନୂଆ ଇସ୍ତାହାର ଦେଖିବା,

ଫଟୋରେ ଏତିକି ପାଇବା, 

ହର ହର ମହାଦେବ ଛାଡି, ଅନ୍ୟ 

ସ୍ଲୋଗାନ ଶୁଣିବା ଏବଂ 

ନୂଆ ରୂପରେ ଗେରୁଆ ବସ୍ତ୍ର ପିନ୍ଧିବା,

ମନ୍ଦିର ମନ୍ଦିର ବୁଲିବା,

ହାୟ ହାୟ ରେ ଆମେ ଭୋଟର 

ଭଉଣୀ ଭାଇ ସେଥିରେ ନାଚିବା ।


ମନେ ମୋର ପଡେ ପିଲାଦିନ କଥା,

ଅଝଟ ହେଲେ, ଶୁଣେ ପୋଲିସ ମାମୁଁ କଥା,

ନଶୁଣିଲେ ଖାଉଥିଲି ବେତ ଛାଟ,

ଡରରେ ରହୁଥିଲି ହୋଇ ଭଲ ଚାଟ,

ଏବେ କିନ୍ତୁ ନମାନିଲେ ଶାସକର ବାଣୀ

ସେଡିସନ ଦଫାରେ ଦେବ ତ ଝୁଣି ।


ଶାସକ ଦଳର ନେତା ହୋଇଛି,

ପୁଂଜିପତିର ସ୍ୱାର୍ଥରେ ଜୀବନ କାଟିଛି,

ଶାସନକୁ ଯାଇ ନ୍ୟାୟାଳୟକୁ ଧରି ରଖିଛି,

ପୁଂଜିପତିଠାରୁ ବହୁତ ଟଙ୍କା ପାଇଛି,

ମଦ କୁକୁଡ଼ା ଓ ଟଙ୍କା ପାଞ୍ଚଶରେ 

ଭୋଟର ନିଜକୁ ବିକ୍ରି କରିବରେ

ଭୋଟ ପାଇ ଆଗରୁ ଆସିଛି ଶାସନରେ 

ପୁଣି ତ ଆସିବ ଶାସନ ଗାଦୀରେ ।


ଦେଖ ଭୋଟ ସମୟ ଆସିଲାଣି,

ନୂତନ ବେଶ ଧରି ଚ‌ଉତାରା ମାରିଲାଣି,

ସବୁ ପ୍ରକାର ଜାଲ ମାନ ଧରି ପ୍ରସ୍ତୁତ ହେଲାଣି,

କିଛି ଦିନ ପାଇଁ ମାଗଣା ଖୁଆଇବା ଚାଲିଲାଣି,

ଟଙ୍କା, ମାଛ, ଛତା, ମଟନ, ତେଲ, ପେଟ୍ରୋଲର

ବାଣ୍ଟିବା ପଛେ ଲୁଚିଅଛି ସ୍ଵାର୍ଥ ରାଜସ୍ବ ଲୁଟିବାର,

ଶିକ୍ଷିତ ଅବା ଅଶିକ୍ଷିତ ଜାଣି ତ ବିଶ୍ବସ୍ତ ହୋଇଛନ୍ତି,

ବାଘଠାରୁ ଭୟଙ୍କର ସ୍ୱାର୍ଥର ମଣିଷର ଗୋଡାଣିଆ 

ବନିଛନ୍ତି,

କ'ଣ କରିବ ଏ ଭୋଟର ମନରେ ବିଚାର ଧାରା 

ରହିଅଛି,

ଆଗରୁ ଭୋଟରଂକୁ ଭୂଆଁ ବୁଲେଇଛି 

ଏବେ ବି ଭୂଆଁ ବୁଲେଇବ ଭାବିଛି,


ଆସୁଅଛି ମନ ମଧ୍ୟରେ ମୋର,

କାହିଁକି କାଦୁଅକୁ ଯିବା ଦରକାର,

କାଦୁଅକୁ ଗଲେ ଗୋଡକୁ ଧୋଇବା ପଡିବ,

ପଇସା କରିବ କିମିଆ ରେ ଭାଇ, 

ସତ କଥା କହି କି ଫାଇଦା ମିଳିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy