ଏ ଯୁଗର ସତ୍ୟବାନ
ଏ ଯୁଗର ସତ୍ୟବାନ
ସତ୍ୟବାନ ଙ୍କର ଗୁଣର ଗାରିମା
ଏ ଯୁଗେ କାହୁଁ ମିଳିବ
ଜ୍ଞାନ ଗାରିମା ରେ ଅବିଚଳିତ ସେ
ପିତୃ ମାତୃ ପ୍ରେମେ ବ୍ୟଗ୍ର ।
ଏ ଯୁଗର ସତ୍ୟବାନ ଙ୍କର ଜ୍ଞାନ
ଉଚ୍ଚାରଣେ ସୀମାବଦ୍ଧ
ସାବିତ୍ରୀଙ୍କ ଭଳି ପତ୍ନୀ ଆଵଶ୍ୟକ
ନ ହେଲେ ହୁଅନ୍ତି କ୍ଷୁବ୍ଧ ।
ସତ୍ୟବାନଙ୍କର ପିତା ମାତା ଭକ୍ତି
ଏ ଯୁଗରେ ଜରା ଶ୍ରମେ
ଏ ଯୁଗର ସତ୍ୟବାନ କହୁଛନ୍ତି
ମହରଗେ କି କରିବେ ।
ଏ ଯୁଗର ସତ୍ୟବାନଙ୍କର ଜ୍ଞାନ
ଭାଷଣରେ ସୀମାବଦ୍ଧ
ପତ୍ନୀ ପ୍ରେମ ତାଙ୍କ ରଙ୍ଗ ଶାଳା ଖୋଜେ
ପତ୍ନୀ ସମ୍ମୁଖରେ ଶୁଦ୍ଧ ।
ସତ୍ୟବାନ ନିଜ ପିତାମାତା ପାଇଁ
ରାଜଭୋଗ ଦ୍ଯନ୍ତି ଛାଡ଼ି
ଏ ଯୁଗର ସତ୍ୟବାନ ଧନ ପାଇଁ
ବିବେକ ଦିଏ ଫୋପାଡ଼ି ।
ଏ ଯୁଗର ସତ୍ୟବାନ ଙ୍କର ପ୍ରେମ
ଖାଲି ମୁଖ ମଣ୍ଡୁ ଥାଏ
ମୁଣ୍ଡରେ ତୁଣ୍ଡରେ ସବୁଠି ଥାଏ ଯେ
କାମରେ ଓଲଟା ହୁଏ ।
ସାବିତ୍ରୀ ବ୍ରତରେ ପତ୍ନୀ ତୋଷୁ ତୋଷୁ
ପକେଟ୍ ଯେ ଫାଙ୍କା ହୁଏ
ସେ ଦିନର କ୍ଷୋଭ ମୁଣ୍ଡେ ବସା ବାନ୍ଧେ
ପରେ ଉଦ୍ଗୀରଣ ହୁଏ ।
ଏ ଯୁଗର ସତ୍ୟବାନ ସର୍ବଦା ଯେ
ଦ୍ଵନ୍ଦରେ ଜୀବନ କାଟେ
ମାତା ପତ୍ନୀଙ୍କର ମଝିରେ ରହି ସେ
ଯନ୍ତ୍ରଣାରେ ଦିନ କାଟେ ।
ଏ ଯୁଗର ସତ୍ୟବାନଙ୍କ ଜୀବନ
ଦରିଆ ମଝିରେ ଭାସେ
ବିବେକର ଡାକ ଶୁଣିଲେ ବି ଦୁଃଖ
ନ ଶୁଣିଲେ ଆତ୍ମା କାନ୍ଦେ ।
କାହାକୁ କହିବ ମନର ବେଦନା
ସେଥିରେ ବି ଦ୍ଵନ୍ଦ ଜାଲେ
ଏ ଯୁଗର ସତ୍ୟବାନ ଭାବୁ ଅଛି
ସତେ ଚକ୍ରବ୍ୟୁହ ସ୍ଥଳେ ।