Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ଏ ଯୁଗର ଶ୍ରବଣକୁମାର

ଏ ଯୁଗର ଶ୍ରବଣକୁମାର

1 min
324


ଶ୍ରବଣକୁମାର ଚରିତ ରାମାୟଣେ ଝଙ୍କୃତ

ପିତା ମାତାଙ୍କର ସେବାରେ ସଦା ଉତ୍ସର୍ଗୀକୃତ |


କଳିଯୁଗେ ମଧ୍ୟ ଅଛନ୍ତି ପୁତ୍ର ଶ୍ରବଣ ସମ

ଯାହାଙ୍କ ଚରିତ୍ର ଉତ୍ତମ ଗୁଣ କି ଅନୁପମ |


ଗରିବ ଘରର ପୁଅ ସେ ନାମ ମଧୁସୂଦନ

ପିତା ଦାଶରଥୀ ଜନନୀ ଜୟା ପ୍ରିୟ ନନ୍ଦନ |


ମୂଲ ଲାଗି ପିତା ଚଳାନ୍ତି ସୁଖେ ଘର ସଂସାର

ଦୁଃଖ ଦରିଆରେ ସୁଖର ପୋତ ପୁତ୍ର ସୁଧାର |


ପାଠରେ ଶାଠରେ ଧୂରୀଣ ଥିଲା ମଧୁସୂଦନ

କ୍ରୀଡା କସରତ, ସଂଗୀତ ନୃତ୍ୟେ ଅଭିନନ୍ଦନ |


ମାତା ପକ୍ଷାଘାତେ ପୀଡିତା ହେଲେ ଶଯ୍ୟାଶାୟିତ 

ଅର୍ଥ ଚିନ୍ତା ଋଣ ଯନ୍ତାରେ ପିତା ହେଲେ ମନ୍ଥିତ |


ଶ୍ୱାସ ରୋଗ ଗ୍ରାସେ ପ୍ରବଳ ହରାଇଲେ ସାମର୍ଥ୍ୟ

ଧୈର୍ଯ୍ୟ ଧରି ମଧୁ ଚଳାଏ କଷ୍ଟେ ସଂସାର ରଥ |


ପିତା ମାତା ସେବା ଶୁଶ୍ରୁଷା ଅର୍ଥେ ନିବେଶି ମନ

ସ୍ନାତକ ଅଧାରୁ ଛାଡ଼ିଲା ରହେ ନିଜ ସଦନ |


ଟିଉସନ କରେ ପିଲାଙ୍କୁ ବିଲେ ଖଟଇ ଯାଇ

ପିତୃ ମାତୃ ଭକ୍ତି ତାହାର କାହିଁ ତୁଳନା ନାହିଁ |


ପିତା ଧର୍ମ ପିତା ପରମ ପିତା ସ୍ଵର୍ଗାପବର୍ଗ

ଆକାଶଠାରୁ ସେ ବିଶାଳ ଶ୍ରୁତି ଶାସ୍ତ୍ର ପ୍ରସଂଗ |


ମାତା ସର୍ବଂସହା ଧରିତ୍ରୀ ତୁଷ୍ଟି ପୁଷ୍ଟି କାରିଣୀ

ସନ୍ତାନ ପାଇଁକି ବାତ୍ସଲ୍ୟ ରସ ପ୍ରତିପାଦିନୀ |


ଦୁହିଁଙ୍କ ପ୍ରସାଦୁ ମଧୁକୁ ମିଳିଗଲା ଚାକିରୀ

ସଚିବାଳୟର କିରାଣୀ ବଢ଼ିଗଲା ଖାତିରି |


ଘର ଭଡ଼ା ନେଇ ରଖିଲା ମାତା ପିତାଙ୍କୁ ତହିଁ

ଅନୁଭବ କଲା ସେବାରେ ଊଣା ଯାଉଛି ରହି |


ଘରକୁ ଆଣିଲା ଘରଣି ଯାର ନାମ ମାଧବୀ

ଗରିବ ଘରର ଝିଅସେ ସତୀ ସ୍ବାଧୀ ସାଧବୀ |


ପତିବ୍ରତା ପତି ପଦାଙ୍କ କରେ ଅନୁସରଣ

ଶାଶୁ ଶ୍ୱଶୁରଙ୍କ ସେବାରେ ଖଟେ ସେ ଅନୁକ୍ଷଣ |


ଉତ୍ତମ ଚିକିତ୍ସା ଲଭନ୍ତେ ସ୍ୱାସ୍ଥ୍ୟ ଗଲା ବଦଳି 

ଧିରେ ଧିରେ ଶାଶୁ ଚାଲିଲେ ଆଶା ବାଡ଼ି ଆଦରି |


ଶ୍ୱାସ କାଶ ଧିରେ କମିଲା ଦାଶରଥୀ ସାନନ୍ଦ 

ଅମୀୟ କଲ୍ୟାଣ ବର୍ଷିଲେ ପୁଅ ବୋହୂ ଆନନ୍ଦ |


ଚାରି ଧାମ ନେଲେ ବୁଲାଇ ପୂର୍ଣ୍ଣ ପିତୃ କାମନା

ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସୁତେ ହେଲା ଗଣନା |


କଳିର ଶ୍ରବଣ କୁମାର ମଧୁ ଉଦାହରଣ

ଦେଉଛନ୍ତି ଆଜି ଜନତା ଉଡ଼େ ଯଶ କେତନ |



Rate this content
Log in