ଏ ତ ତୁମ ଆମ ସୁନାର ସଂସାର
ଏ ତ ତୁମ ଆମ ସୁନାର ସଂସାର


ମୋର ଅପେକ୍ଷାରେ
ତୁମର ସମୟ ନଥାଏ
ତୁମେ ଆସି ପାରନି
ହଠାତ୍
ତୁମେ ଆସିଲେ
ମୋର ବ୍ୟସ୍ତତା ଭିତରେ
ମୁଁ ଭେଟି ପାରେନି ।
ତୁମର ଅପେକ୍ଷାରେ
ମୋର ବେଳ ନ ଥାଏ
ମୋର ବେଳ ଥିଲାବେଳେ
ତୁମେ ଭାରି ବ୍ୟସ୍ତ
ଆଗନ୍ତୁକ ଅତିଥି ଚର୍ଚ୍ଚାରେ ।
ମୁଁ ଗପିଲା ବେଳେ
ତୁମେ ହୋଇ ଥାଅ
ଅନ୍ୟମନସ୍କ, ଚିନ୍ତାଗ୍ରସ୍ତ
ତୁମର ଗପ ବେଳେ
ମୋ ଯୌଥ ପରିବାରରେ
କୋଳାହଳ, ଅତିଥିର ଚର୍ଚ୍ଚା ।
ତୁମର ଇଚ୍ଛା ରେ
ମୁଁ କିଛି କରିପାରେ ନାହିଁ
ମୋର ଇଚ୍ଛା ରେ
ତୁମେ ରୋଷେଇ ର ଘରେ ।
ଜୀବନଟା ଛିଃ ଲାଗିଯାଏ
ରସପୂର୍ଣ୍ଣ ସମୟରେ
ନିରସ ହୋଇଯାଏ
ଆମର ପ୍ରତ୍ୟେକ ଆଶା
ଏ ତ ତୁମ ଆମ ସୁନାର ସଂସାର ।