STORYMIRROR

Bhagirathi Mohanty

Abstract Tragedy Others

4  

Bhagirathi Mohanty

Abstract Tragedy Others

ଏ ଶବ କାହାର

ଏ ଶବ କାହାର

1 min
222

ରାସ୍ତା କଡ଼ରେ ପଡି ରହିଥିଲା ଶବ ଟିଏ ଯେ କାହାର,

ପରିଚୟ ହୀନ ପରିବାର କିଏ

କେହି ନାହିଁ ଦାବିଦାର।

ବେଶ ଭୁଷାରୁ ତା ଜଣା ପଡୁଅଛି

ହୋଇଥିବ ଖାନଦାନ,

କିଏ ପକେଇଲା କେମିତି ପଡ଼ିଲା

କରିବ କେ ଅନୁମାନ।

ପରିବାର ପାଇଁ ସଵୁ ଦୁଃଖ ଶୋକ

ଆପଣେଇ ନେଲା‌ ଯିଏ,

ଆଜି ସେ ପଡିଛି ରାସ୍ତା କଡ଼ରେ

ପଚାରୁଛି ତାକୁ‌ କିଏ।

ସମସ୍ତଙ୍କ ଶବ କୋକେଇ ରେ ବୋହି

ଆଣିଥିଲା ଯେ ଶ୍ମଶାନ,

ଶ୍ବାନ ଶିବାଙ୍କର ଶିକାର ହେବ ସେ

ଏହା ବିଧି ର ବିଧାନ।

କିଏ ବା କହୁଛି କରୋନା ରେ ମଲା

ସିଏ ଛୁଆଁ ଛୁଇଁ ରୋଗ,

ନିଜର ହେଉବା ପର ହେଉ ସିଏ

କିପାଇଁ ଦେବ ସେ ସାଙ୍ଗ ।

କପାଳରେ ତା'ର ଲେଖା ହୋଇଥିଲା

ପୁଅ କାନ୍ଧ ଦେବନାହିଁ,

ଅରକ୍ଷିତ ପରି ଜଳିଯିଵ ସିଏ

ଅଲୋଡା‌ ଶବଟି ହୋଇ।


Rate this content
Log in

Similar oriya poem from Abstract