Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Abstract Romance Inspirational

4.5  

Henarani Senapati

Abstract Romance Inspirational

ଏ ରିମିଝିମି ବର୍ଷା

ଏ ରିମିଝିମି ବର୍ଷା

1 min
540



ଆଜ ଏ ଅପୂର୍ବ ଦୃଶ୍ୟ ,

ରିମିଝିମି ବର୍ଷାର ସ୍ରୋତ,,

ବ୍ୟାକୁଳିତ ମନ ମୋର ତୁମ ଅପେକ୍ଷାରେ ।

ସବୁ ପ୍ରତୀକ୍ଷାର ଫଳ ,

ପରିସମାପ୍ତିର ମୂଲ୍ୟ ,

ବାମ୍ଫ ମିଶା କଫି ଓଠେ ଚୂମିବାର ଦୃଶ୍ୟରେ ।।


ଥଣ୍ଡା ଥଣ୍ଡା ସମୀରଣେ,

ଦେହ ମୋ ଶିତେଇ ଉଠେ,

ତୁମ ପାଇଁ ଶିହରିତ ମାନସ ଶରୀର।

ଡରିମରି ଝରିଯାଏ ,

ସ୍ଫୁରିତ ଯେ ସ୍ବେଦ ବିନ୍ଦୁ ,

କିପରି ବୁଝେଇବି କଥା ମୋ ମନର ।।


ବଞ୍ଚିବାର ସ୍ମୃତି ମୁଠେ ,

ଦିଅ ଅଣ୍ଟିରେ ଅଜାଡି ,

କୋଟି ଜନ୍ମ ଫଳପ୍ରାପ୍ତି ହେଇଯିବ ସିନା ।

ସାନ୍ତ୍ବନା ଟିକିଏ ଦିଅ ,

ବହୁଚି ନୟନୁ ଲୁହ ,

ମଧୁମଳୟ ମୋ ପାଇଁ ତୁମ ଆଶ୍ବାସନା ।।


ନାଗଫାଶ ବନ୍ଧନରେ ,

ବାନ୍ଧିବାକୁ କରନି ଗୋ ଇଛା ,

ମୋର ଦୁଷ୍ଟାମିରେ ତୁମେ କରନି ଭରସା ।

କଳ୍ପନାରେ ତୁମକୁ ତ ,

ମଧୁମଳୟରେ ବାନ୍ଧେ,

ବୁଢିଆଣି ଜାଲପରି ଦିଶଇ ଝାପ୍ସା ।।


କଳାମେଘ ପରି ମୋର ,

ମୁକୁଳା କେଶକୁ ତୁମେ ,

ଆପଣେଇ ନେଇ କୁହ ଅନିନ୍ଦ୍ୟ ସୁନ୍ଦରୀ ।।

ପ୍ରୀତି ପୁଷ୍ପାଞ୍ଜଳି ଘେନ ,

ହେ ପୁରୁଷ ଶ୍ରେଷ୍ଠତମ,

ଧନ୍ୟ ହେବ ଜନ୍ମ ମୋର ତମ ପୂଜା କରି ।।



Rate this content
Log in

Similar oriya poem from Abstract