STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଏ ମନ ମୋ ମନ

ଏ ମନ ମୋ ମନ

1 min
432

ମନରେ ଭରିଛୁ ପାପ ଓ ଲୋଭ

ମନ୍ତ୍ର ଜପ କରି କି ଅବା ଲାଭ


ମନ ଚାହେଁ ତୋର ପରର ଧନ

ଚୋର ହୋଇ ପୁଣି ଖୋଜୁଛୁ ମାନ


ପର ଝିଅ ଦେଖି ନାଚେ ତୋ ମନ

ରାଣ ଦେଇ ତାଙ୍କ ଜିଣିବୁ ମନ


ମିଠା କଥା କହି ସବୁ ଲୁଟିବୁ

ସମୟ ଆସିଲେ ଲାତ ମରିବୁ


ଭଲ ମିତ୍ର ହୋଇ ବାଟ ଚାଲିବୁ

ସୁଯୋଗ ପାଇଲେ ବେକ କାଟିବୁ


ନିଜ ମନଟାକୁ ନରକ କରି

ଉପଦେଶ ଦେଉ ମୁରୁଖ ପରି


ଆଗେ ଭଲ ହୋଇ ନିଜର କରି

ସ୍ୱାର୍ଥ ପାଇଁ ଦେଉ ମଣିଷ ମାରି


ହିଂସା ଅହଂକାରେ ଜଳେ ତୋ ମନ

ଲୁଟି ଖାଇବାକୁ ପରର ଧନ


ମିଛ କହି ନେତାଗିରୀ କରିବୁ

ବଲାତ୍କାରୀ ହୋଇ ନରକେ ଯିବୁ


କେତେ ପୁଣ୍ୟ ପାଇ ଜନମ ନେଲୁ

ମଣିଷ ଜୀବନ ଗୋବର କଲୁ


ସମୟ ସରିନି ଏବେ ବି ଅଛି

ସୁଧୁରିଯିବାକୁ ବାଟ ବି ଅଛି


ସତ୍ୟରେ ନ୍ୟାୟରେ ବାଟ ଚାଲିବୁ

ଦେଖିବୁ ଜୀବନେ ଶାନ୍ତି ପାଇବୁ


ପର ସେବା କରି କାଟିବୁ ଦିନ

ଖଟି, କାଟି ଖାଇ ପୁରୁ ତୋ ମନ


ପର ଦୁଃଖେ ଦୁଃଖୀ ହୋଇ କାନ୍ଦିବୁ

ଯାହା ହେଲା ତାହା ସହାୟ ହେବୁ


ଜୀବନ ତୋହର ସାର୍ଥକ ହେବ

ସୁଖରେ ହସରେ ଦିନ କଟିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract