Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Children

4  

Jasoda Majhi

Children

ଏ ମାଟିର ସନ୍ତାନ

ଏ ମାଟିର ସନ୍ତାନ

1 min
260


ଏ ମାଟି ସନ୍ତାନ ବୀର ସୁରେନ୍ଦର

କର୍ମ ବୀର ହେ ସୁଭାଷ,

ତୁମ ସୁକର୍ମରୁ ପରାଧୀନଙ୍କର 

ମୁଖରେ ଫୁଟିଲା ହସ l


ଗୁଳି ବନ୍ଧୁକ ଓ ଚାବୁକ ପ୍ରହାରେ

ଭାରତୀୟ ହେଲେ ବନ୍ଦୀ,

ସଂଘର୍ଷ ନ କରି ଭାଗ୍ୟକୁ ଆଦରି

ବଞ୍ଚୁଥିଲେ ନିନ୍ଦି ନିନ୍ଦି l


ସୈନ୍ୟ ସଂଗଠନ ସୃଷ୍ଟି କରି ତୁମ୍ଭେ 

ଦେଲ ଜୟହିନ୍ଦ ଡାକ,

ଆବାଳ ବନିତା ସଭିଙ୍କୁ ଏକାଠି

ହେଲ ତୁମ୍ଭେ ସୈନ୍ୟ ମୁଖ୍ୟ l


ତ୍ରିରଙ୍ଗା ପତାକା ହୋଇଗଲା ଏକା

ଇଂରେଜଙ୍କ ଅଧୀନରେ,

କଲେ ପରିଶ୍ରମ ହୋଇଣ ଶ୍ରମିକ

ବ୍ରିଟିଶଙ୍କ ଇଙ୍ଗିତରେl


ସହି ନ ପାରିଣ ତୁମେ କର୍ମବୀର 

ବିଦେଶୀଙ୍କ ସ୍ଵେଛାଚାର,

ବିତାଡିତ କଲ ନିଜ ବୁଦ୍ଧିବଳେ

ପଳାଇଲେ ନିଜ ଘରl


ତୁମ୍ଭ ପରିଶ୍ରମ ସାର୍ଥକ ହୋଇଲା

ତୁମ୍ଭରି ପ୍ରଚେଷ୍ଟା ବଳେ,

ତ୍ରିରଙ୍ଗା ପତାକା ଗୌରବ ମଣ୍ଡିତା

ଉଡିଲା ଆକାଶ ତଳେl


ଇଂରେଜ ଶାସନେ ଶାସିତ ଭାରତ

ଚାଖିଲେ ସ୍ୱାଧୀନ ବାରି,

ଆସିଥିଲେ ଦେଶ ଲୁଣ୍ଠନ ନିମନ୍ତେ

ସ୍ବଦେଶକୁ ଗଲେ ଫେରି ।


Rate this content
Log in

Similar oriya poem from Children