Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

4  

Geetanjali Prusty

Action

ଏ କି ତୁମ ରାଜଧର୍ମ

ଏ କି ତୁମ ରାଜଧର୍ମ

1 min
368



ଲକ୍ଷ ଜନର ବକ୍ଷ ନିଗାଡ଼ି

ବିଦୀର୍ଣ୍ଣ କରିଛ ପ୍ରାଣ

ମାନବ ରୂପରେ ଦାନଵ ହେ ତୁମେ

ଶୁଣ ସୈତାନ ଶୁଣ l


ନିଷ୍ପେସି ଦେଲ ନିରୀହ ଶୈଶବ

ପଥ ହୁଡ଼ି ଖଟେ ଶ୍ରମ

ଏହିକି ତୁମର ମାନବ ବାଦର

ଚିର ବାଞ୍ଛିତ ଧର୍ମ ।


କାଳ ଗର୍ଭରେ ନିକ୍ଷେପିବ ଯେବେ

ଏ ଜାତିର ଇତିହାସ

ବିଶ୍ୱ ଜନତାର ନିନ୍ଦିତ ଚକ୍ଷୁ

କରୁଥିବ ଅଟ୍ଟହାସ୍ୟ l


କୁହ ନେତୃବୃନ୍ଦ କୁହ ନାଗରୀକ

ତୁମ ସାମାଜିକ ସ୍ଥିତି

ସୃଷ୍ଟି କରିଛ ଜନତାଙ୍କ ମଧ୍ୟେ

ଉଚ୍ଚ ନୀଚ୍ଚ ଘୃଣ୍ୟ ନୀତି l


ମଣିଷ ଗଡ଼ରେ ଅମଣିଷ ତୁମେ

ହିଂସ୍ର ତୁମର କର୍ମ

କଥାର ଜବାବ ଗୁଳିରେ ଦେଉଛ

ଏକି ତୁମ ରାଜଧର୍ମ ।


ସୂର୍ଯ୍ୟ ଶିଖାଠୁ ଶିଖରେ ମାନବ

ସାମ୍ୟବାଦର ନୀତି

ନଦୀ, ନିର୍ଝରିଣୀ, ନର୍ଦ୍ଦମା ଜଳେ

ବନ୍ଧନ ତାର ପ୍ରୀତି l


ଆସିବ ସେଦିନ ନିଶ୍ଚୟ ଆସିବ

ହାତେ ଥିବ ତୁମ ହାତକଡ଼ି

ନିରୀହ ଜନତା ଶୁଷ୍କ ଅଧରୁ

ପଡୁଥିବ ଧାରେ ହସ ଝଡ଼ି l


ଫାଶୀ ଖୁଣ୍ଟରେ ଝୁଲିବ ଯେ ଦିନ

ସମୟ ସ୍ରୋତରେ ଭାସି

ବିଳମ୍ବ ହେଲେବି ମର୍ମ ଭେଦିବ

ଜୀବନକୁ ଦେବ ଝାସୀ l



Rate this content
Log in

Similar oriya poem from Action