STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଏ କି ନୀଳାଟି ପ୍ରଭୁ

ଏ କି ନୀଳାଟି ପ୍ରଭୁ

1 min
241


ଭୟାଭୟ ନୀଳା ଦୀନବନ୍ଧୁଙ୍କର


ଆତୁର କରେଟି ମନ,


ସେ ନୀଳାର ମାୟା ଭୟଙ୍କର ଦିଶେ


ଅଥୟ ହୁଏ ଜୀବନ।୧।


ଜୀବନ ନାବର ତୁହିହିଁ ନାବିକ


କୁଳକୁ ଆଣିବା ପାଇଁ,


ପବିତ୍ର କୁଳର ଅଭିଳାଷ ମୋର


ଚରଣ ତୋ ସେବା ପାଇଁ।୨।


ଜୀବନ ପଥରେ ସର୍ବୋପରି ତୁମେ


ସୁପଥର ମାର୍ଗ ତୁହି,


ଜୀବନ ପଥକୁ ସୁଗମ କରହେ


ଜ୍ଞାନର ପଥକୁ ତୁହି।୩।


ଚିନ୍ତିତ ମନରେ ଜ୍ଞାନ ଭରି ଦିଅ


ଚିନ୍ତା ମୋର ଦୂର ହେଉ,


ଜୀବନ ପଥରେ ଚିନ୍ତିତ ମୋ ମନ


ଆଶାର କୀରଣ ହେଉ।୪।


କର୍ମ ଜ୍ଞାନ ମାର୍ଗ ଯୋଡି ଦିଅ ପ୍ରଭୁ


ଆଶାର କୀରଣ ଜାଗୁ,


ଜନସେବା ମନ୍ତ୍ର ଅର୍ପଣ କରହେ


ଜନତାଙ୍କ ସେବା ଜାଗୁ।୫।


ଭୟାଭୟ ନୀଳା ଦୀନବନ୍ଧୁଙ୍କର


ଆତୁର କରେଟି ମନ,


ସେ ନୀଳର ମାୟା ଭୟଙ୍କର ଦିଶେ


ଅଥୟ ହୁଏ ଜୀବନ।୬।




Rate this content
Log in

Similar oriya poem from Inspirational