STORYMIRROR

Bijay Prusty

Fantasy

4  

Bijay Prusty

Fantasy

ଏ କି ବିଚାର

ଏ କି ବିଚାର

1 min
511


ଏମିତି କାହିଁକି ହେଲା

ମଣିଷର ଏଇ ସରଳ ଜୀବନେ

ବିଷ କିଏ ଭରିଦେଲା

ତୁମେ ତ ମଣିଷ ମୁଁ ତ ମଣିଷ

ଜୀବନ ଜୀଇଁଛେ ସର୍ବେ

ତୁମେ କାହିଁପାଇଁ ବଡଲୋକ ହେବ

ମୁଁ ସଢୁଥିବି ଅଭାବେ I

ତୁମେ କାହିଁପାଇଁ ଘିଅ ସର ଖାଇ

ଦୁଧରେ ଧୋଇବ ହାତ

ମୁଁ କାହିଁପାଇଁ ଭୋକିଲା ପେଟରେ

ଖୋଜୁଥିବି ମୁଠେ ଭାତ

ସତେ କଣ ଏହା ଈଶ୍ୱରଙ୍କ ଲୀଳା

ସେ ଚାହାନ୍ତି ଏହିପରି

କାହାକୁ ମିଳେନି ଜାଉ ଦୁଇଢୋକ

କେ ଫିଙ୍ଗଇ କ୍ଷିରି ପୁରି I

ତୁମରି ବୋଲରେ ଭାଗ୍ୟ ଭଗବାନ

ମାନି ମୁଁ ନେଇଛି ବୋଲି

ଭୋକିଲା ପେଟରେ ତାଙ୍କ ଦୟାପାଇଁ

ପତାଇଛି ଭିକ୍ଷାଝୁଲି I

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy