STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ଏ କେମିତି ଭକ୍ତି

ଏ କେମିତି ଭକ୍ତି

1 min
494


ଭକ୍ତି ନାମେ ଏଠି ଜୀବନ ଯାଉଛି

ଉପାସନା ନାମେ ବଳି l

ବିଚିତ୍ର ମଣିଷ ପେଟ ପୂଜା ପାଇଁ

କହେ ଶକ୍ତି ଖାଏ ବଳି ll


ନିରୀହ ଜୀବଟି ମରୁ ଅଛି ଖାଲି

କଟୁଛି ତାହାର ମୁଣ୍ଡ l

ଦେବାଦେବୀ ନାମେ କାଟନ୍ତି ନିତିରେ

ଦେହୁରୀ ପୂଜକ ଭଣ୍ଡ ll


ମୁଁ ପ୍ରଶ୍ନ କରୁଛି ଦେହୁରୀମାନଙ୍କୁ

ଯେ ଦେଉଛ ଛେଳି ବଳି l

ମାଆ କେବେ କଣ ଖାଇକି ପାରଇ

ସନ୍ତାନର ମୁଣ୍ଡ ଗିଳି ll


ଶକ୍ତି ନାମେ ତୁମେ ନିତି ହାଣୁ ଅଛ

ଛେଳିକୁ କରିଣ ପୂଜା ll

ବୁଦା ପଣ୍ଡା ଗଞ୍ଜା କାଟ ଧରି ଖଣ୍ଡା

କୁହ ଖାଏ ମୁଢ଼ା ରଜା ll


ଦୁର୍ଗା କାଳୀ ଚଣ୍ଡୀ ଦେବୀ ଶକ୍ତି ପିଠେ

କାଟ ଯେ ମୁଣ୍ଡ ତାଙ୍କର l

ପୁଣି କୁହ ତୁମେ ମାଆଙ୍କ ପାଖରେ

ଖାଆନ୍ତି ଯୋଗିନୀ ମାଆର ll


ସନ୍ତାନର ସୃଷ୍ଟି କରିଛି ଯେ ମାଆ

ଖାଇକି ପାରିବ ସିଏ l

ମଣିଷ କି ତାର ଖାଏକି ସନ୍ତାନ

କାଟୁଅଛି ଭାଇ ଯିଏ ll


ସନ୍ତାନର ରକ୍ତ ପିଇକି ପାରଇ

ଦେଇଛି ଯେ ରକ୍ତ ମାଆ l

ହାଡ଼ ମାଂସ ଗୋଡ଼ ମୁଣ୍ଡ ଅନ୍ତ ନାଡ଼

 ଖାଇକି ପାରିବ ମାଆ ll


ତେବେ କାହିଁ ଆଜି ପଡୁଛି ସବୁଠି

ନିରୀହ ବଳୀ ଜୀବର l

ପୂଣ୍ୟ ନାମେ ପାପ ଅର୍ଜନ କରୁଛ

ଶୁଣ ହେ ଜନତା ନର ll


ଆଇନି ଆଗରେ ଅପରାଧ ଏହି

ଘୃଣ୍ୟ କାର୍ଯ୍ୟ ଅଟେ ଏହି l

ନିବେଦନ ମୋର ହାରନା କାରହ

ପରମ୍ପରା କଥା କହି ll


ଜୀବନ ଦେବାର ନାହିଁ ଶକ୍ତି ଯଦି

ମାରିପାରିବନି ତୁମେ l

ଚିନ୍ତା ଚେତନା କୁ ସ୍ଵଛ କର ତୁମ

ତାପରେ ପୂଜିବି ତୁମେ ll


ମାଆ ଖୋଜେ ନାହିଁ ସନ୍ତାନର ବଳୀ

ନଡ଼ିଆ କଦଳୀ ଦୁବ l

ଭାବକୁ ନିକଟ ଅଭାବକୁ ଦୂର

ମାଆ ଖୋଜେ ଖାଲି ଭାବ ll


କୁସଂସ୍କାରକୁ ଆସ ଦୂରେଇବା ମିଶି

ପୂଜିବା ଭକତି ଭାବେ l

ଦେଖିବ ଈଶ୍ୱର ପ୍ରସନ୍ନ ହୋଇବେ

ଭକତି ପ୍ରେମର ଭାବେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational