ଏ ଜୀବନ ଦହନ
ଏ ଜୀବନ ଦହନ
ବର୍ତ୍ତମାନ ଜମା ସରୁନି
ଭବିଷ୍ୟତ ଘୁଞ୍ଚି ଯାଉଛି
ଅତୀତ ଅତି ନିକଟେ
ସ୍ମୃତି ହୋଇ ବାସୁଛି
ଋଷୁଛି ହସୁଛି ମନମାନୀ କରୁଛି
କେବେ ପିଲାଦିନ ଶ୍ୱେତ ପଦ୍ମ
କେବେ ଯୌବନ ର କଳା ଧଳା ଚିହ୍ନ
କେବେ ମଲା ଜହ୍ନ ଅମାବାସ୍ୟା ଦିନ
କେବେ ଆସିବ ମୃତ୍ୟୁ ଜଳିବ ଜୁଇ
ସରିଯିବ ରଙ୍ଗମଖା ଦିନ ସ୍ଵପ୍ନ
ଶେଷ ଖେଳ ଦେଖି ବେଳ ସବୁ ନିଶ୍ଚିହ୍ନ
ଆଉ ନଥିବ ପିଲାଦିନ ପ୍ରଜାପତି ଧରାଦିନ
ରଙ୍ଗଭରା ଆଜି ଦିନ
ଭବିଷ୍ୟତ ପାଇଁ ଉଚ୍ଛନ୍ନ ମନ
ଦୁଃଖ ଯନ୍ତ୍ରଣା ଦୈନ୍ୟ
ଖାଲି ଯାହା କେତେଦିନ
କାହା ହୃଦୟ କୋଣରେ ଥିବ କାଳ ଚିହ୍ନ ।।
