STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଏ ଜଗତ ବନ୍ଧୁ

ଏ ଜଗତ ବନ୍ଧୁ

1 min
321


ଭାରତ ବର୍ଷରେ ଐତିହ୍ୟ ଗର୍ବରେ

    ପରିପୂର୍ଣ୍ଣ ମୋ ଓଡିଶା,

ବାରମାସେ ନାନା ଓଷାବ୍ରତ ହୁଏ

   କାଳିଆ ଦିଅଇ ମୁରୁକି ହସା,

     ସଂସ୍କୃତି ଓ ପରମ୍ପରା

କୋଟି କୋଟି ଜୀବ ଉଦରେ ଆହାର

   ଭରିଦିଏ ଭାଇ ଚଷା।


ଖରା ସାଥେ ବନ୍ଧୁ ବରଷାକୁ ମିତ

  ଅତି ଆପଣାର ଶୀତ,

ଧାନ,ମୁଗ,ବିରି ଶସ୍ୟ ଦେଇ ବୁଣି

  ଦେଇଥାଏ ପାଣି ଖତ,

   ଅମଳେ ପ୍ରଫୁଲ୍ଲ ଚିତ୍ତ

ନାନା ଫସଲ ଏ ଜଗତକୁ ଦିଏ

 ଆମରି ଚଷା ଭାଇ ତ।



ନିଜ ପାଇଁ କେବେ ଭାବିନାହିଁ ସିଏ

  ଆନ ମୁଖେ ହସ ଦିଏ,

ମହାପ୍ରଭୁଙ୍କର ଷାଠିଏ ପଉଟି 

  ଭକ୍ତ ଭିଡ଼ ଆନନ୍ଦ ବଜାରେ,

 ସଦା ମର୍ଯ୍ୟାଦା ଦେବାରେ

ଭୋକ ଉପାସରେ ନିଜେ ରହେ ସିନା

  ନାହିଁ ତା ଅଭିଯୋଗରେ।

   ଜଗତର ବନ୍ଧୁ ସେହିରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational