ଏ ଦୁନିଆ ଏକ ରଙ୍ଗମଞ୍ଚ
ଏ ଦୁନିଆ ଏକ ରଙ୍ଗମଞ୍ଚ
ସବୁ ତ ଏଠି ଲୋକ ଦେଖାଣିଆ
ପୁୁୁଣି ସମସ୍ତେ ଏଠି କରନ୍ତି
ଅଭିନୟ ପ୍ରତି ମୁହୂର୍ତ୍ତ ରେ।
କିିଏ ଖୁସି ପାଇବା ପାଇଁ
କରେ ତ ପୁଣି ଆଉ କେହି
ନିଜ ଦୁଃଖକୁ ଭୁଲେଇଵାକୁ।
ଯେତେ ଥାଉ ପଛେ କଷ୍ଟ
ହୃଦୟରେ ଦୁନିଆ ଆଗରେ
କରିବାକୁ ପଡେ ଖୁସି
ହେବାର ଅଭିନୟ।
ଜନ୍ମରୁ ମୃତ୍ୟୁ ଯାଏଁ
ସମସ୍ତଙ୍କୁ କରିବାକୁ ପଡେ
ତାଙ୍କ ଅଭିନୟ ଏ ଧରା ପୃଷ୍ଠରେ।
ସମସ୍ତଙ୍କୁ ତାଙ୍କ ଅଭିନୟ ସାରି
ଯିବାକୁ ହେବ ତ ଯମର ଦ୍ବାର
ତଥାପି ଏ ମନୁଷ୍ୟ ବୁୁୁଝେନି
କାହିଁ କେଜାଣି ଏ ଜୀବନ
କ୍ଷଣକର ସଭିଙ୍କୁ ଦିନେ ନା
ଦିନେ ଛାଡି ବାକୁ ହେବ
ଏ ଦୁନିଆର ଧରାପୃଷ୍ଠକୁ
ତେଣୁ ସଭିଙ୍କୁ ନିିଜ ଅଭିନୟ
ସଚଟ ରୂପେ ସାରି
ଵିିଦା ନେବାକୁ ହେବ
ଏ ଇହଧାମରୁ।