STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଏ ବିପଦରୁ କର ପାରି

ଏ ବିପଦରୁ କର ପାରି

1 min
11.2K


ବିଶ୍ଵ ହିତରେ ଦିନେ  ଏଇ ଭାରତ ଭୂମେ

ଆସିଥିଲ ତ ଅବତରୀ

ଆଜି ବିଶ୍ୱ ବିପଦ    ବେଳେ ଜଗତ ତାତ

ଡାକଇ ତୋରେ ଅନୁସରି ।।


ବେଦ ପୁରାଣ ଶାସ୍ତ୍ରେ  ତବ କରୁଣା କେତେ

ଲିଖିତ ଅଛି ମହାପ୍ରଭୁ

ସେସବୁ ଯଦି ସତ୍ୟ    ଚିନ୍ତି ବିଶ୍ଵର ହିତ

କରୁଣାକର ଆହେ ବିଭୁ

ବିକଳେ ଡାକେ ଆଜି   ତୋ ନାମ ଭଜି ଭଜି

କରୁଣା ଦିଅ ହେ ବିତରି, ବିଶ୍ଵ ହିତରେ ଦିନେ… ।।


ଆଜି ତୁମର ସୃଷ୍ଟି  ଯାଉଅଛି ହେ ଭାଙ୍ଗି

ହେଳା ନକର ମହାବାହୁ

ଅକାରଣେ ମଣିଷ  ଜାତି ହେଉଛି ଧ୍ଵଂସ

ପ୍ରଭୁ ହେ ତୁମେ ଥାଉ ଥାଉ

ଶଙ୍ଖେ ପୁରାଇ ରଖ  ଉହାଡି ଦିଅ ଚକ୍ର

ଡାକୁଛି ହେ ବିଶ୍ଵ ବିହାରୀ, ବିଶ୍ଵ ହିତରେ ଦିନେ…।।


କରୋନା ଏ ରାକ୍ଷସ ହୋଇଅଛି ଉଦ୍ଭବ

ଥରାଏ ସସାଗରା ଧରା

ଧରଣୀରେ ବିତ୍ପାତ  ରଚି କେତେ ଉତ୍ପାତ

ପଦା କଲାଣି ବିଶ୍ଵ ସାରା

ବଡ଼ ବିଷମ ବେଳ  ଆହେ ଜାନକୀ ବର

ବିପଦରୁ କର ହେ ପାରି, ବିଶ୍ଵ ହିତରେ ଦିନେ…।।


ତୁମ ବିନା ହେ ନାଥ  ହେବୁସିନା ଅନାଥ

ଅନେକ ଭରଷା କରିଛି

ଆସହେ ଅବତରୀ  ନୀଳଗିରି ବିହାରୀ

ଏ ବିଶ୍ୱ ତୁମକୁ ଝୁରୁଛି

ତୁମେ ଅରକ୍ଷ ରକ୍ଷ  ଚକ୍ରଧର ପଙ୍କଜାକ୍ଷ

ବିଶ୍ଵକୁ ରଖ ଦଇତାରୀ, ବିଶ୍ଵ ହିତରେ ଦିନେ…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract