STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ଏ ଭବେ ଲଗାଇ ଭାବ

ଏ ଭବେ ଲଗାଇ ଭାବ

1 min
352


  ଏ ଭବେ ଲଗାଇ ଭାବ

  ମାୟାଧର ତୁମେ

  ମୋହ ମାୟା ଆଉ ସର୍ଜିଛ ଲୋଭ

 ଧର୍ମ ରକ୍ଷା ପାଇଁ ରଚିଛ ଭକତି ଭାବ

 ଅଧର୍ମ ପଥ ର କିଆଁ ଦେଖାଅ ଲୋଭ

   ତୁମେ ଅନ୍ତର୍ଯ୍ୟାମୀ ବୁଝୁଛ ତ

    ସଭିଙ୍କ ଅନ୍ତର ଭାବ

   କିମ୍ପା ତେବେ ପ୍ରଭୁ ହେ

    ଏ ଭବେ ଲଗାଇ ଭାବ

   ମାନବ କୁ କିଆଁ 

  ପ୍ରଭୁ ତୁମେ କର ଦାନବ ?


  ସଭିଙ୍କ ହୃଦେ

  ନ ଲଗାଅ କିଆଁ ଭକତି ଭାବ

   ସୃଷ୍ଟି କର କିଆଁ ପାପୀ ତପୀ ସ୍ଵଭାବ

  ପାପ ପୁଣ୍ୟର କିଆଁ ରଚିଛ ଭାବ

  ହେ ପୁଣ୍ୟାତ୍ମା ହେ ପବିତ୍ରାତ୍ମା

   ତୁମ ଦ୍ଵାରା ଯଦି ସବୁ ସମ୍ଭବ

    ପୁଣି କାହିଁ ପାଇଁ 

    ଏ ପାପୀ ତପୀ ପାପ ପୁଣ୍ୟର ଭାବ

  କିମ୍ପା ଦେଖଉଛ ଧନ ସମ୍ପଦ ଲୋଭ

  ତୁମେ ଯଦି ସତ୍ୟ ତୁମେ ଯଦି ସର୍ବ

   ଏ ଭବେ ଲଗେଇ ଭାବ

  ସୃଷ୍ଟି କରୁଛ କିଆଁ 

   ମୋହ ମାୟା ଓ ଲୋଭ ।


  ତୁମେ ତ ସ୍ରଷ୍ଟା ତୁମେ ତ ସୃଷ୍ଟି

  ରଚୁଛ କି ପାଇଁ ଶତ୍ରୁତା ଭାବ

  ସୃଷ୍ଟି କରୁଛ କିମ୍ପା 

  ଏ ଧରା ଧାମେ ଶତ୍ରୁ ମିତ୍ରତା ଭାବ

  କାହିଁକି ରଚୁଛ ଶାନ୍ତି ଅଶାନ୍ତି ଭାବ

 ଯଦି ମୁକତି ମିଳଇ ଭକତି ରେ ତବ

 କାହିଁକି ତେବେ ଏ ଭବେ ଲଗେଇ ଭାବ

   ଗଢୁଛ କିଆଁ ଯୁଦ୍ଧ ହିଂସା ର ଭାବ

  ସକଳ ଶକ୍ତି ର ଆଧାର ହୋଇ

    ମଣିଷ କୁ କିଆଁ ଅନ୍ଧ କରି ତୁମେ

    ପ୍ରଭୁ ହେ କୁହ ତୁମେ

   ମୁଁ ନୁହେଁ କିଛି 

   ସବୁ ତୁମ କର୍ମ ଫଳ ପ୍ରଭାବ 

   ଧର୍ମ କର୍ମ ସବୁ ତୁମ 

    ଜ୍ଞାନ, ଭକ୍ତି ର ‌ଭାବ

   ସବୁ ର ସୃଷ୍ଟି କର୍ତ୍ତା 

   ପ୍ରଭୁ ହେ ଯଦି ତୁମରି ଭାବ

  ଏ ଭବେ ଲଗାଇ ଭାବ

  ମାନବ କୁ କିଆଁ 

   କରାଅ ତୁମେ ଦାନବ ?


    


Rate this content
Log in

Similar oriya poem from Abstract