STORYMIRROR

Prasanta kumar Hota

Tragedy

2  

Prasanta kumar Hota

Tragedy

ଦୟାମୟ ଦୁଃଖହାରୀ

ଦୟାମୟ ଦୁଃଖହାରୀ

1 min
13.7K


ଦୟାର ସାଗର ଜଗତ ଈଶ୍ବର

ଦୟାମୟ ମହାମହୀ

କେତେ ନିଧାନରେ କୋଟିନିଧି ଭରେ

ଦୟାନିଧି ବୋହୁଥାଇ


ଦାତା ପଣିଆରେ ସରିକେ ତୁମର

ମହାପ୍ରଭୁ ମହାବୀର

ଦଇତ୍ୟ ସଂହାରି ହେଲ ଦଇତାରି

ହରିଲ ପାପିଙ୍କ ଭାର


ଦୁଃଖ ବନ୍ଧୁ ତୁମେ ସୁଖବନ୍ଧୁ ତୁମେ

ଦୀନବନ୍ଧୁ ହେ ଗୋସାଇଁ

ଦେବକୀ ରତନ ଯଶୋଦାର ଧନ

ଦୀନ ଜନେ ସାହା ତୁହି


ଦରଶନ ଦେଲେ ଦୁଃଖ ହୁଏ ଦୂର

ଏତେ ଭାଗ୍ୟ ମୋର କାହିଁ

ଜଗତ ଜନରେ ହୁରି ପଡିଯିବ

କେତେ ସେବା କଲେ ପାଇ


ଦେଖି ଦଶାନନ ବେଶ ବାସି ବନ

ତ୍ରେତୟାରେ ଗଲା ତରି

ଗୋପାଳ ବେଶରେ କଂସ ଚାଣୁରରେ

କୃପାକଲ ଗିରିଧାରୀ


ଦୁଧ ସର ଦହି ଗୋପରେ ଚୋରାଇ

କଲ କି ଲୀଳା ଠାକୁର

ସେହି ଦୁଧ ଦହି ଘର ଘର ଖାଇ

ଗୋପୀଙ୍କୁ କଲ ନିସ୍ତାର


ଦାସିଆ ଭକତି ଦେଖି କୃପାନିଧୀ

ଦେଲ କୃପା ହସ୍ତେ ତାର

ଦୟାମୟ ବୋଲି ସିନା ଦୟାନିଧି

ପାଇ ହେଲା ମୁକ୍ତି ତାର


ଦୀନ ଜନ ହୀନ ମାଗେ ନାହିଁ ଧନ

ମାଗେ ତୋ କରୁଣା ବାରି

ଦୟାଳୁ ପଣରେ କେହି ନୁହେଁ ସମ

ତୋର ଦୟା ଦୁଃଖ ହାରୀ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy