STORYMIRROR

RAJANI KANTA SAHU

Abstract Drama Tragedy

3  

RAJANI KANTA SAHU

Abstract Drama Tragedy

ଦୂରତା

ଦୂରତା

1 min
170

ଆମେ ଦୁହେଁ ପାଖି ପାଖି ଥିବା ବେଳେ

ହଠାତ ଆମ ଭିତରେ ବଢିଯାଏ 

ଯୋଜନ ଯୋଜନ ବ୍ୟାପି ଦୂରତା,

ଯେତେ ଚେଷ୍ଟା କଲେବି କାହିଁକି କେଜାଣି

ଲହଡି ଭାଂଗେ ଆମ ଭିତରେ

ଗୋଟେ ଅଦୃଶ୍ୟ ନିରବତା ।


ତୁମେ ରହିଯାଅ ସଗର ଏପାରିରେ

ମୁଁ ହାତ ବଢାଏ କୌଣସି 

ଆଶାର ଆଶାରେ,କିନ୍ତୁ

ସବୁ ହଜିଯାନ୍ତି ମୋ ଲୁହଭରା

ଜୁଳୁଜୁଳୁଆ ଆଖିର ସାମ୍ନାରେ ।


ମୋତେ ଡର ଲାଗେ ଏବଂ 

ମୋର ସମସ୍ତ ଅବୟବ ସନ୍ତର୍ପି ଯାଏ,

ଗୋଟିଏ ମଲାସାପ ପରି 

ମୁଁ ଶବ୍ଦ ହୀନ ହୁଏ,ଭାଷା ହୀନ ହୁଏ,

ଓଠ ଅଠା ହେଇ ଲାଗିଯାଏ ଓଠରେ

ମୁଁ ଠିଆ ହେଇଥାଏ ନିରସ୍ତ୍ର ଅପରାଧି ପରି

ଏବଂ ସମସ୍ତ ପବନ ମୋତେ ଧିକ୍କାର କରି 

ଅନ୍ୟ ଦିଗ ଆଡେ ଚଲିଯାଏ ।


ମୁଁ କାନ୍ଦେ,

କେଉଁଠି କିଛି ଆଶ୍ରା ନ ପାଇ ।


Rate this content
Log in

Similar oriya poem from Abstract