Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Abstract Others

3  

Prajna Paramita Mohanty

Abstract Others

ଦୂରତ୍ଵ

ଦୂରତ୍ଵ

1 min
282


ହଠାତ କିଛି ଗୋଟେ ଝଞ୍ଜା ବହି ଗଲା ପରେ 

ଓ ଗୋଟେ ତୁମୁଳକାଣ୍ଡ ଘଟିଲା ପରେ

ଆରୋପ ଓ ପ୍ରତ୍ୟାରୋପର ପର୍ଯ୍ୟା ବରଣ,

ପରେ ପରେ ଗୁମୁରୁଥାଏ ମନ ଗହ୍ଵରରେ 

ଏକ ଶୀତଳ ଯୁଦ୍ଧ ପରର ଅଜ୍ଞାତବାସର ଆହ୍ଵାନ |


କଷ୍ଟ ଲାଗେ ଏ ଯୋଉ

ଯୋଜନ ଯୋଜନ ବ୍ୟାପି ଦୂରତ୍ଵଟା ଲାଗି ରହିଥାଏ ମନରେ

ଝଡ ପରର ନୀରବତା, ଖାଁ ଖାଁର ନୀରିହତା,

ଖାଇ ଗୋଡାଉ ଥାଏ ଯେ ଅବିରତ |


ଇଛୁଥାଏ ମନ,

ଏ ମତାନ୍ତରଟା ମନାନ୍ତରରେ ନ ବଦଳି ଯାଉ,

ଦ୍ରୋହଟା ଦାହରେ ନ ପାଲଟି ଯାଉ,

ଆଳାପସବୁ ନିର୍ଜନତାର ବିଳାପ ନ ସାଜୁ,

ଆଉ... 

ଆଉ ଏ ଯୋଜନ ଯୋଜନ ବ୍ୟାପି ଦୂରତ୍ଵଟା ଯୋଜନାବଦ୍ଧ ଭାବେ ନ ଆସୁ |


Rate this content
Log in

Similar oriya poem from Abstract