STORYMIRROR

Tankadhar Majhi

Abstract Others

3  

Tankadhar Majhi

Abstract Others

ଦୂରେ ଚାଲିଯାଏ

ଦୂରେ ଚାଲିଯାଏ

1 min
238


ନୌକା ବିହାର ସାରି ନଈ ସେପାରିରେ

ଉଦାସ ମନ ପ୍ରଫୁଲ୍ଲ ଚିତେ ଘୂରିବୁଲେ ସିନା

ଆବୋରିବାକୁ ଚେଷ୍ଟାକରିନି ତୁମ ମନର ଅଞ୍ଚଳକୁ

ତଥାପି କେବେ ନାରାଜ ହେବାର ନାଁ ଧରିନି ବରଂ

ଦୂରେ ଚାଲି ଯାଇଛି ଦରମିଶା ହସ ଛାଡ଼ି ।


ବିଷାଦକୁ ବେଖାତିର କରିବାର ସଂକଳ୍ପ

ମନୋବୈଜ୍ଞାନିକ ଢାଞ୍ଚାର ଗୋଟିଏ ସ୍ତର

ତୁମେ ବି ବୁଝିବ ଦିନେ, କାହା ମନଗହନ କଥା

ଶେଷେ ଜାଣିବ ସେ କାହା ହାବୁଡ଼ରେ ଥିବ

ଦୂରେ ଚାଲି ଯାଉଥିବ ସବୁ ବିଷାଦକୁ ଧରି ।


ମନ ଭିତରେ ଚାଲିଥିବା ଆମଦାନୀ ରପ୍ତାନିରେ

ବିଶେଷ ଫଳପ୍ରଦ ହେଉନି ଏକଥା ତୁମେ ଜାଣ

କାରଣ ଜାଣିବା ବି ଊଣା ଅଧିକେ ବିସ୍ମିତ କରେ

ସେ ବଦଳି ଯାଇଥିବା ବାଟର ଜଣେ ପଥିକ ସାଜି

ଦୂରେ ଫେରି ଯାଉଥିବ ନିଜ ଚାହିଦା ହଜାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract