Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others

2  

KRUTIBAS NAYAK

Inspirational Others

ଦୂର ସୁନ୍ଦର

ଦୂର ସୁନ୍ଦର

1 min
107



ଦୂରତା ରହିଲେ ବନ୍ଧୁର ସଂପର୍କ ସୁମଧୁର ହୋଇରହେ,

ଦୂରରେ ଥିବାରୁ ପଦ୍ମ-ସୂର୍ଯ୍ୟଙ୍କର ପ୍ରେମ ସବୁଦିନ ଥାଏ |


ଦୂରେଥାଇ ତାରା କି ସୁନ୍ଦର ଦିଶେ, ଜହ୍ନମାମୁ ଦୂରେ ଥାଏ,

ଦୂରରୁ ପର୍ବତ ସମୁଦ୍ର ଆକାଶ କୋଟିଜନ ମନ ମୋହେ |


ଦୂରେଥାଇ ମେଘ ବରଷଇ ବୋଲି ଚାରିଆଡ଼େ ବୁଣିହୁଏ,

ଦୂରଦେଶ ଖାଲି କଳ୍ପନା ବିଳାସ ଆମଦେଶ ପରି ନୁହେଁ |


ଦୂରେଇ ରହିଲେ ହିଂସ୍ର ଜୀବଜନ୍ତୁ କ୍ଷତି କରିପାରେ ନାହିଁ,

ଦୁରତା ନଥିଲେ ଲୋଭ ମୋହଠାରୁ ପାପ ରହିଥିବ ଚାହିଁ |


ଦୂରତା ରଖିବା ଦୁର୍ଜନ ଲୋକଠୁଁ ବିପଦ ରହିବ ଦୂରେ,

ଦୂରେଥିଲେ ରୋଗ, ଋଣ, ଅସ୍ଵଚ୍ଛତାଠୁଁ ବଞ୍ଚିଥିବା ଆନନ୍ଦରେ |


ଦୂରେ ବସିଛନ୍ତି ଜଗନ୍ନାଥ ପ୍ରଭୁ ବ୍ରହ୍ମକୁ ଛୁଇଁବା ନାହିଁ,

ଦୂରରୁ ଡାକିଲେ ବନ୍ଧୁପଣେ ସିଏ ପାଖକୁ ଆସନ୍ତି ଧାଇଁ |



Rate this content
Log in