STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ଦୂର ଆକାଶର"

"ଦୂର ଆକାଶର"

1 min
160

ଦୂର ଆକାଶର

ଟିକି ତାରା ତୁମେ

ଚିକିମିକି ଦିଶୁ ଥାଅ

ଟିକିଏ କଥାରେ

ମନ ଖୋଲି ତୁମେ

କାହିଁ ଏତେ ହସି ଦିଅ


ନିରବ ରହୁଛି

ଜାଣିକି ପାରୁନ

ମୋ ମନର ଯେତେ କଥା

ଭଲ ପାଅ ବୋଲି

ଖୋଲିକି କହିଲେ

ଦୂର ହେଇ ଯିବ ବ୍ୟଥା


ଅସୁମାରୀ ଆଶା

କେତେ ଯେ ସପନ

ଦେଖି ଅଛି ଏଇ ମନେ

ତୁମ ହାତ ଥରେ

ଛନ୍ଦିଲେ ହାତରେ

ଖୁସି ହୋଇବି ଜୀବନେ


ତୁମ ବିନା ମୋର

ଜୀବନର ମାନେ

ବେସହରା ଗୁଡି ପରି

କେତେ ବେଳେ ଅବା

ଛିଡି ଯିବ କାଳେ

ବେଳକୁ ହୁଏ ମୁଁ ଝୁରି


ବସନ୍ତେ ବଉଳ

ଗଛରେ କୋଇଲି

ଦେଲେଣି ଶୁଭ ବାରତା

ସୁଲୁ ସୁଲୁ ବାଆ

ବହିଲାଣି ଏବେ

ଖୋଲି କୁହ ମନ କଥା


ଶୁଭର ଲଗନେ

ଖୁସିର ଦିନରେ

ହେବ ଆମ ଏଇ ମେଳ

କାଳ ବେଳ ଦେଖି

ଗଢିବା ସଂସାର

ଆସିଲେ ଶୁଭର ବେଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract