STORYMIRROR

alok Kumar

Drama Tragedy Crime

3  

alok Kumar

Drama Tragedy Crime

ଦୁର୍ନୀତି

ଦୁର୍ନୀତି

1 min
205

ପ୍ରଗତୀ ନାମରେ ଏଠି ଚାଲିଛି ଦୁର୍ନୀତି

ନୀତି ଆଦର୍ଶର ଦ୍ୱାହି ଦେଇ ଚାଲିଛି ଦୁର୍ନୀତି!

ଚାକିରୀ ଆଳରେ, ପି ସି ର କରବାର,

ବିବାହ ଘର ରେ, ଯୌତୁକ ଆଳରେ ଟଙ୍କାର କରବାର !

ଅପରେସନ, ଚିକିତ୍ସା ନାମରେ, ମୋଟା ଟଙ୍କାର କରବାର, ବିନା ଟଙ୍କାରେ ଚଳେନାହିଁ ଏଠି ଘର ପରିବାର !

ଟଙ୍କା ଥିଲେ ଏଠି ସ୍ତ୍ରୀ ନିଜର, ଟଙ୍କା ରେ ମିଳଇ

ପୀରତି ବଜାର ବଜାର.!

ଖାଦ୍ୟ ନାମରେ ଟଙ୍କା ପାଇଁ ବଜାର ରେ ମିଳଇ ଜହର !

ଏଠି ନେତା ମନ୍ତ୍ରୀ ସଭିଏଁ ଜନ ସେବା ନାମରେ

କରନ୍ତି ନିଜର ପକେଟ ଭର୍ତି.!

ଗରିବ ଜନତାଙ୍କ ଟଙ୍କାରେ, ବଢ଼େଇ ଚାଲନ୍ତି ନିଜର

ସମ୍ପତି!

ଏଠି ଟଙ୍କା ଥିଲେ ସବୁ ଅଛି, ଟଙ୍କା ନ ଥିଲେ ନାହିଁ ତ କିଛି.!

ନୀତି ଆଦର୍ଶ ନାମରେ, ଏଠି ପ୍ରତିଦିନ, ଗଣ ଦୁଷ୍କର୍ମ, ଶିଶୁ ବଳତ୍କାର, ଯୌତୁକ ନିର୍ଯ୍ୟାତନା ତନାର ନାରୀ ହେଉଛି ଶିକାର!

ମା କୁ ସନମାନ, ଦ୍ୱାହି ଦେଇ ସରକାର ବଢ଼ାଉଛନ୍ତି ନାରୀ ଅତ୍ୟାଚାର!

ଛବିରାଣୀ, ବେବିନା, ଭଳି କେତେ ଯେ ନାରୀ ରାଜନୀତି ର ପଶାପାଲିରେ ନ୍ୟାୟ ନ ପାଇ ପଡିଛନ୍ତି ବଳି!

ବେଳହୁଁ ସାବଧାନ ହୁଅ ହେ, ଜନତା ଗଣ, ଦୁର୍ନୀତି ହଟେଇବାର ଏ ଆସିଛି ବେଳ !

ପ୍ରଗତି ନାମରେ ଏଠି ଚାଲିଛି ଦୁର୍ନୀତି, ଏଣୁ ଧଳାପୋଷାକ ତଳେ ଲୁକ୍କାୟିତ ସୈତାନ ଙ୍କୁ ଜବାବ ଦିଅହେ ଜନତା, ଦେଶରେ ଦୁର୍ନୀତି ବଦଳେ ଫର ଫର ଉଡ଼ୁ ପ୍ରଗତି ର ବାନା, ଫର ଫର ହୋଇ ଉଡ଼ୁ ପ୍ରଗତି ର ବାନା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama