STORYMIRROR

Dr.Omm Prasad Pradhan

Abstract

3  

Dr.Omm Prasad Pradhan

Abstract

ଦୁର୍ନୀତି

ଦୁର୍ନୀତି

1 min
11.7K


ସଂସାରୀ ଶୋଇଛି ମସାରି ଟାଙ୍ଗି

ସମାଜ ବ୍ୟବସ୍ଥା ଗଲାଣି ଭାଙ୍ଗି

ମଶା ପଲ ପଲ ଲାଗେ ବିରକ୍ତି

ସମାଜରେ ବଢ଼ିଲାଣି ଦୁର୍ନୀତି

ଏଠି ହେବାକୁ ନାହାନ୍ତି ଦ୍ୱିତୀୟ ବିଭୁ 

ହେବାକୁ ଚାହାଁନ୍ତି ସମସ୍ତେ ପ୍ରଭୁ  

ରୋଗୀ ପଛେ ଗଲେ ଯାଉ ଚୁଲୀ କି 

ରୋଗ ମାଡିଯାଉ ଦେଶ ବାସୀ ଙ୍କି 

ଡାକ୍ତର ପକେଟ ଗରମ ହେଉ 

ଦଳିତ ଗରିବ ପଛରେ ରହୁ 


ନିରାମୟେ ଏଠି ବଡ ଛଞ୍ଚାଣ 

ନେବାକୁ ରୋଗୀ ର ନିରୀହ ପ୍ରାଣ  

କାହିଁ ପଢି ମଧୁ ସଙ୍ଗେ ଲଢ଼ିବି 

କାହିଁ କାହାର ମୁଁ ଗୋଲାମ ହେବି

ଥିଲେ ପ୍ରାଣ ଦେହେ ,ଦୁନିଆ ଦେଖି 

ନିଜେ ବଞ୍ଚେ ଅନ୍ୟ ତଣ୍ଟିକି ଚିପି 

ନିଜେ ଭୋଗ କରେ ବିଶ୍ୱ ବସୁଧା 

ପର ପାଇଁ ରଖେ ନାହିଁ ଶରଧା 

ବସୁମତୀ କାନ୍ଦେ ବାହୁ ମେଲାଇ 

ସନ୍ତାନ ହେଲେଣି ମୋ ଧରାଶାୟୀ 

ଅଖଣ୍ଡ ଉର୍ଜା ର ଅମୃତ ପାଇଁ 

ଦେବ ଦାନବ ର ସଂଘର୍ଷ ହୋଇ 

କାହିଁ ନୀଳକଣ୍ଠ ଉଦ୍ଭବ ହୁଏ 

କାହିଁ ବିତରଣ ଅମୃତ ହୁଏ 


ନଗଡ଼ା ର ଚିତ୍ର ସ୍ପଷ୍ଟ ବାରୁଛି 

ଅନାହାର ଏଠି ଲୋକ ମରୁଛି

ପୁଳେ ଧନ ପାଇଁ ପୁଳେ ମାଉଁସ

ବିକିବା ପାଇଁକି ହୁଏ ବିବଶ

ଦରିଦ୍ରତା ଘେରା ଓଡିଶା ସାରା 

ରାଜନୀତି ଏଠି କୁସଙ୍ଗ ପରା 

ପାପ ଭାର ଏଠି ବେଗେ ବଢଇ

ଦୁର୍ନୀତି ର ଏହା ମହା ଅଧ୍ୟାୟୀ 


ନିତ୍ୟ ନିଲାମୀ ର ଡାକେ ଦୁହାଇ

ନିତ୍ୟ ଦଳିତା କୁ ବିକେ ଦୁବାଇ

ଗଣତନ୍ତ୍ର ର ଏ ଯନ୍ତ୍ର ମାନବ

କରନ୍ତି ବିଚାର ହୁଏ ବିଷମ

କୁହନ୍ତି କରି ଚାଲରେ ପାପ

ମନ୍ତ୍ର ବଳେ ଶେଷ ହୋଇବ ଶ୍ରାପ

ମୃତ୍ୟୁ ବେଳେ ଡାକ ହେ ଜଗନ୍ନାଥ

ଏକାବେଳେ ସିଧା ସଳଖ ମୋକ୍ଷ 

ଜୋର ଜାର ଏଠି ମୁଲକ ତାର

ନିରୀହତା ଏଠି ଯନ୍ତ୍ରଣା ସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract