STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଦୁର୍ନୀତି ନିରାକରଣ

ଦୁର୍ନୀତି ନିରାକରଣ

1 min
258


ଦୁର୍ନୀତିର ଚେର ଲମ୍ବି ଯାଇଅଛି

ସମାଜର କେତେ ତଳେ,

କେଉଁଠୁ ତା ସୃଷ୍ଟି କିଏ ତାର ସ୍ରଷ୍ଟା 

ଖୋଜିଲେ ପତ୍ତା ନମିଳେ l


ଖଣି ଖାଦାନ ଠୁଁ ଟିକସ ଫାଙ୍କିବା

କଳା ଟଙ୍କା କାରବାର,

ଲାଞ୍ଚ ଦିଆନିଆ ଅବକାରୀ ଆଦି

ଯେତେ ସବୁଏଦେଶର l


ଅପମିଶ୍ରଣ ଓ ଭେଜାଲ ଦରବ

ମାଡିଛି ବଜାର ସାରା,

ଓଉଷଧ ଆଉ ଖାଇବା ଦରବ

ଦୃଷ୍ଟାନ୍ତ ସବୁଠି ଭରା l


ମିଛ ସତ କହି ବିଶ୍ୱାସ ଜନ୍ମାଇ

ଚାଲେ ଚିଟ ଫଣ୍ଡ ଖେଳ,.

ସାଇବର ଠକ ନିଇତି ମାତନ୍ତି

ପ୍ରବଳ ବେଳକୁ ବେଳ l


ଚୋରୀ ରାହାଜାନି ଡକାୟତି ପୁଣି

ସହଜ ଆୟର ପନ୍ଥା,

ନାକ ତଳେ ଚାଲେ ଦେହର ବ୍ୟାପାର

ଗୋଟିଏ ସୂତ୍ର ରେ ଗୁନ୍ଥା l


ବଳ ପ୍ରୟୋଗରେ ଭାଷଣ ଛଳରେ

ଲୁଟ କରୁଥାନ୍ତି ନିତି,

ସାଧାରଣ ଲୋକ ଡରିମରି ବଞ୍ଚେ

ଆଇନ ନପଶେ କତି l


ଦୁର୍ନୀତି ର ନିରାକରଣ ପାଇଁକି

ସରକାର ଙ୍କର ଯୋଜନା,

ଫେଲ ମାରୁଛି କେମିତି କେଜାଣି

କାରଣ ଟା ରହେ ଅଜଣା l


ଲୋକେ ଯଦି ସଚେତନନହୋଇବେ

ଦିବସ ପାଳିକି ଲାଭ,

ଦୁର୍ନୀତିହଟିବ ନାହିଁ ଏ ସମାଜୁ

ସ୍ୱାର୍ଥ ସହ ଥିଲେ ଭାବ l


Rate this content
Log in

Similar oriya poem from Inspirational