STORYMIRROR

DHARITRI SAHU

Inspirational

4  

DHARITRI SAHU

Inspirational

ଦୁର୍ଲ୍ଲଭ

ଦୁର୍ଲ୍ଲଭ

1 min
1.3K


ଦୁର୍ଲ୍ଲଭ ମଣିଷ ଜୀବନ ବି ସଦା

ଦୁର୍ଲ୍ଲଭ ମଣିଷ ମରଣ ଏଠି 

ଚାହିଁଲେ ବି କେବେ ମୃତ୍ୟୁ ଆସେନାହିଁ

ବଞ୍ଚିବା ଯନ୍ତ୍ରଣା ମୃତ୍ୟୁ ଠୁ ବେଶି।


ଅନେକ ଜୀବନ ନିତି ହନ୍ତସନ୍ତ

ମହାପ୍ରୟାଣ କୁ ଚାହିଁ ରୁହନ୍ତି 

ଆଜି ଶ୍ରଦ୍ଧାଞ୍ଜଳି ଢାଳୁଛନ୍ତି ଯିଏ

ଜୀଇଁବା ସମୟେ ଦେଖା ନ ଦ୍ୟନ୍ତି।


ସମୟ ସରିଲା କର୍ମ ବି ସରିଲା

ଭଲରେ ନିଃଶ୍ବାସ ହୁଏନି ନେଇ 

ଚବିଶି ଘଣ୍ଟାରୁ ଅଠର ଘଣ୍ଟାକୁ

ବଳିଦାନ ଦେଲା ଦୁନିଆଁ ପାଇଁ।


ଶେଷ ସମୟରେ କାହାର ଦୟାରେ

ବଞ୍ଚିବା କୁ କଣ ଜୀବନ ବୋଲେ 

ଦୟାମୟ ଯଦି ଦୟା ଟିକେ କରି

ଶରୀରରୁ ମୁକ୍ତ କରି ତ ଦେଲେ।


ତା ଠାରୁ ସୌଭାଗ୍ୟ ଆଉ କିଛି ନାହିଁ

ମୃତ୍ୟୁ ଆଲିଙ୍ଗନ କରିବା ଭଲ 

ଚିରନ୍ତନ ସତ୍ୟ ସେ ଦୁଇ ଅକ୍ଷର

ଆଉ ସବୁ ମିଥ୍ୟା ଓ ବାଲିଘର।


କିଏ କେତେ ଦେଲା... 

କିଏ କେତେ ନେଲା...

ଯନ୍ତ୍ରଣାକୁ କେହି ନିଅନ୍ତି ନାହିଁ 

ଜୀବନ ଯନ୍ତ୍ରଣା ମୁକ୍ତ କରିବାକୁ

ଦୁର୍ଲ୍ଲଭ ଜୀବନେ ସେ ଭାବଗ୍ରାହୀ।



Rate this content
Log in

Similar oriya poem from Inspirational