ଦୁର୍ଘଟଣା
ଦୁର୍ଘଟଣା




ଦୁର୍ଘଟଣା ଗୋଟିଏ ଏମିତି ଶବ୍ଦ
ଯାହା ପାଇଁ ହୁଏ ଛାତି ଧକ୍ ଧକ୍
ଝାଳ ବୋହି ମନରେ ବେଦନା
ଜୀବନ ହୋଇଥାଏ ସପ୍ ସପ୍ l
ଯାହାର ଭାଗ୍ୟରେ ଯାହା ଅଛି
ତାହା ହୋଇବ ସିନା
କର୍ମର ଫଳକୁ କେ ଟାଳିବ
ଯେତେ କଲେ ପୂଜା ଉପାସନା l
ନିମାଇଁ ଭାଇ ନାହିଁ ପାଖେ
କେ କହିବ ତାର ଦଶା
କି ପାପ କଲା କେଜାଣି
ମଦ ଥିଲା ତାର ପେଶା l
ଗଞ୍ଜେଇ ଖାଇ ମଦ ପିଇ
ରାସ୍ତାର ଡାହାଣ ପଟେ
ଆଖି ଝପ୍ ଝପ୍ ନ ଦିଶିଲା କିଛି
ଭୁଲିଗଲା ଯିବ କୋଉ ବାଟେ l
ଦୁର୍ଘଟଣା ଘଟିଲା ଅଚାନକ଼୍
ଟ୍ରକ୍ ଟିଏ ଆସି ପିଟି ଦେଲା
ରକ୍ତରେ ଜୁଡ଼ୁବୁଡ଼ୁ ଶରୀର
ଟିକେ ଭୁଲ ପାଇଁ ଜୀବନ ଗଲା l
ନିଜେ ସତର୍କ ଥିଲେ ସତେ
ଆଞ୍ଚ୍ ଆସିବନି କେବେ
ଦୁର୍ଘଟଣାରୁ ବଞ୍ଚିତ ହୋଇ
ଗୋଡ଼ି ଟିଏ ଚୋବିବନି କେବେ l