STORYMIRROR

Samar Ballav Bhoi

Abstract Tragedy Action

4  

Samar Ballav Bhoi

Abstract Tragedy Action

ଦୁର୍ଗା ପୂଜା

ଦୁର୍ଗା ପୂଜା

1 min
253


ଦୁଷ୍ଟ ଅତ୍ୟାଚାରୀ ମହିଷାସୁର 

ଲଭିଥିଲା ବ୍ରହ୍ମାଙ୍କର ବରଦାନ

ମହିଷାସୁର ପ୍ରକୋପରେ ଥରହର 

ହେଉଥିଲା ତ୍ରିପୁର ଭବନ।


ମହିଷାସୁର ଅତ୍ୟାଚାର ରୁ ରକ୍ଷା ପାଇଁ

ଆର୍ବିଭାବ ହେଲେ ମା ଦୁର୍ଗା ଦଶଭୂଜା

ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ଦିନ

ମହିଷାସୁର କୁ କରିଲେ ବିନାଶ

ସେହି ଦିନକୁ ପାଳିତ ବିଜୟା ଦଶମୀ ।


ତ୍ରେତୟା ଯୁଗରେ ପ୍ରବଳ ପ୍ରତାପୀ ରାବଣ 

ସୀତା ଙ୍କୁ କରିଥିଲେ ଅପହରଣ

ରଖିଥିଲେ ନେଇ ଅଶୋକ ବନେ 

ପ୍ରଭୁ ଶ୍ରୀରାମଚନ୍ଦ୍ର କରି ରାବଣ ନିଧନ

ବିଜୟା ଦଶମୀ ରେ ଅଧର୍ମ କୁ ଜୟ କରି

ଦେବୀ ସୀତାଙ୍କୁ ଫେରାଇ କଲେ ଧର୍ମର ସ୍ଥାପନ।


ଯୁଗେ ଯୁଗେ ଧର୍ମ ର ସ୍ଥାପନ ପାଇଁ

କେବେ କୃଷ୍ଣ ଅବତାର

କେବେ ପୁଣି ରାମ ଅବତାର

କେବେ ମାତା ଦୁର୍ଗା ଦଶଭୂଜା

ବିନାଶନ୍ତି ଧରା ଧାମେ କରନ୍ତି ଧର୍ମର ସ୍ଥାପନ।


ଶରତ ଋତୁର ଶାରଦୀୟ ପୂଜା

ଅଟେ ମା ଦଶଭୁଜା ଦୁର୍ଗା ମାଆଙ୍କର

ପାଂଚ ଦିନ ଧରି ଚାଲେ ପୂଜା ପଦ୍ଧତି

ଷଷ୍ଠୀ ରୁ ଆରମ୍ଭ ଦଶମୀ ରେ ଶେଷ

ମା ଦୂର୍ଗାଙ୍କର ସେହି ଶାରଦୀୟ ପୂଜା

ପାଳନ ହୁଏ ଅତି ସୁନ୍ଦର ଭାବରେ।।



ଅହଂକାର, ଅନୀତି, ଅଧର୍ମ ବଢିଲେ

ଜଗତେ ଜନ୍ମ ନିଅନ୍ତି ପ୍ରଭୁ ବିଭିନ୍ନ ରୁପ ରେ

ପାପୀଙ୍କୁ ବିନାଶ କରି ଏ ଧରାଧାମରୁ

ପାଳନ କରନ୍ତି ଏଠି ବିଜୟା ଦଶମୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract