Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦୁର୍ଗା ଆବାହନୀ

ଦୁର୍ଗା ଆବାହନୀ

1 min
455


       

ଜୟ ଜୟ ମାଆ ଦୁର୍ଗା ଦୁର୍ଗତି ନାଶିନୀ l

ଶରତେ ମରତ ଗାଏ ତବ ଆବାହନୀ ll

ଶେଫାଳୀ ପଡ଼ଇ ଝଡ଼ି ପ୍ରଭାତରୁ ଫୁଟି l

କୁମୁଦକମଳ ଶୋଭା ସରୋବର ଅତି ll

ଧବଳ ଚାମର ଶୋଭା କାଶଫୁଲ ଫୁଟି l

ନିର୍ମଳ ଜୋଛନା ତବ ଆଭା ପରକଟି ll

ସୁନ୍ଦର ତବ ଧରାରେ ବାନ୍ଧିଲେଣି ବସା l

କେତେ ଚଣ୍ଡମୁଣ୍ଡ ଶୁମ୍ଭ ନିଶୁମ୍ଭ ମହିଷା ll

ଆସ ମାଆ ଦଶଭୁଜେ ଧରି ତୀରିଶୂଳ l

ମହିଷା କୂଳକୁ ମାତେ କର ନିରିମୂଳ ll

ଦାନବ ସାଜିଅଛନ୍ତି ତୋ ସୃଷ୍ଟ ମାନବ l

ଖଚ ମିଛ କଦାଚାର ଦେଖାବନ୍ତି ଦମ୍ଭ ll

ଆସ ମାତ ଦୟାବହି ସତ୍ୟସନାତନୀ l

ଅମ୍ବିକାଗୋଉରୀ ମାତ ପର୍ବତନନ୍ଦିନୀ ll

ଦୁର୍ଗତିକାଳରେ ମାଆ ତୁହି ଏକା ସାହା l

କରୁଣାମୟୀଙ୍କବିନା କେ କରିବ ଆହା ll

ଆସ ଆସ ମାଆ ଅବତରି ଧରା ଧାମେ l

ରହିଅଛୁ ପଥ ଚାହିଁ ସୂତ ତୋ ଅଧମେ ll

        


Rate this content
Log in

Similar oriya poem from Inspirational