STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ଦୁନିଆର ଶ୍ରମିକ ଏକ ହୁଅ

ଦୁନିଆର ଶ୍ରମିକ ଏକ ହୁଅ

1 min
125


ମଣିଷ ସାର୍ବଜନୀନତା କି ନାହିଁ ତାହା ସହଜରେ

ଅନୁମେୟ ହୋଇଥାଏ

କିଛି ନା କିଛି ତାକୁ ନେଇ ସମାଜରେ ବ୍ୟକ୍ତି ନିଜ

ର ମତାମତ ଦେଇଥାଏ |୧|


ପୃଥିବୀର କୋଣେ କୋଣେ ଦୁନିଆର ଶ୍ରମିକ ଏକ 

ହୁଅ, କହି ମାର୍କ୍ସବାଦ ପ୍ରତିଷ୍ଠିତ 

ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ମଧ୍ୟରେ

ପୃଥିବୀ ରାଜନୀତି ପ୍ରଭାବିତ |୨|


ସ୍ଵାର୍ଥକୁ ତ୍ୟାଗ କରି କାର୍ଲ ମାର୍କ୍ସ ଚଳାଇ ନେଲେ 

ନନ୍ଦିଘୋଷ ଶ୍ରମଜୀବି ମଣିଷର  

ଅଧିକାଂଶ ସ୍ୱାଧୀନ ଦେଶର ସମ୍ବିଧାନେ ଲକ୍ଷ୍ୟ ଭର୍ତ୍ତି 

ହେଲା ସମାଜବାଦ ହାସଲର |୩|


ହେ କାର୍ଲ ମାର୍କ୍ସ, ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ 

ପଥ ପ୍ରାନ୍ତେ ଶୋଷିତର ହୁଏ ଭାଷା

ବିଲେ ଗାଏ ଚଷା, କଳ କାରଖାନାରେ ଶ୍ରମିକର

ତମ କଥା ହୋଇଛି ତ ଘୋଷା |୪|

      

କାବ୍ୟ ଅବା ସାହିତ୍ୟ ଲେଖି ନାହାନ୍ତି ମହାନ୍ ଚିନ୍ତା

ନାୟକ କାର୍ଲ ମାର୍କ୍ସ, ସାଧାରଣଙ୍କ ଭାଷାରେ  

ତଥାପି ତାଂକ ହୃଦୟର ଗତି, ଚିନ୍ତା ସ୍ଫୁରଣ ସର୍ବଦା 

ନମସ୍ୟ ହୋଇ ରହିଛି ଶ୍ରମଜୀବିଂକ ମନରେ |୫|


Rate this content
Log in

Similar oriya poem from Abstract