STORYMIRROR

Tapaswini DashSarangi

Abstract

3  

Tapaswini DashSarangi

Abstract

ଦୁଇପଦ ଅଭିମାନର କଥା

ଦୁଇପଦ ଅଭିମାନର କଥା

1 min
393

ଝିଅ ବୋଲି ମୋତେ ପର କରିଦେଇ

   ଅଜଣା ରାଇଜେ ଦେଲ ଠେଲି

ଦୁନିଆ ନିୟମ ଏତେ ଯେ କଠୋର

  ବିଦାହେଲା ଦିନ ବୁଝିଗଲି


ବାପ ଘରେ ଯେତେ ଅଲିଅଳୀ ମୁଁଯେ

    ତୁମ ମାନଙ୍କର ଗେହ୍ଲି ଥିଲି

ବିଦା ହେଲା ବାସି ତୁମ ର ପାଶେ ମୁଁ

     ଅଦିନ କୁଣିଆ ବନିଗଲି


ସଂସାର ଜଞ୍ଜାଳ କେତେ ଯେ ଗଭୀର

  ଗଭୀରତା ଆଜି ମାପିନେଲି

ପହଁରା ନ ଶିଖାଇ ମଝି ଦରିଆ ରେ

      କିଆଁ ମୋତେ କୁହ ଦେଲ ପେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract