STORYMIRROR

ବି. ନିରୁପମା

Drama Action Classics

3  

ବି. ନିରୁପମା

Drama Action Classics

ଦୁଇଗୋଟି ଫୁଲ

ଦୁଇଗୋଟି ଫୁଲ

1 min
419

ମୋ ଅନ୍ତରର ଅନନ୍ତ ଆଶିଷ

ଢାଳିଦେଲି ତୁମ ପାଇଁ ,

ଦୁନିଆର ସବୁ ସୁଖ ଓ ସନ୍ତୋଷ

ତୁମକୁ ଦିଅନ୍ତୁ ସାଇଁ ।

ଦୂର ହୋଇଯାଉ ସକଳ ବିଷାଦ

ବିପଦ ଆପଦ ଯେତେ ,

ଦିଅନ୍ତୁ ଧଇର୍ଯ୍ୟ,ଶାନ୍ତି,ସ୍ୱାଭିମାନ

ଚଳିବାକୁ ସାଥେ ସାଥେ ।

ସୁଶୋଭିତ ଏଇ ଧରଣୀ ବକ୍ଷରେ

ତୁମେ ଦୁଇଗୋଟି ଫୁଲ ,

ରୂପ ରସ ଆଉ ସୁଗନ୍ଧରେ ପରା

କେହି ନୁହେଁ ତୁମ ତୁଲ ।

ପରସ୍ପର ମଧ୍ୟେ ଅନାବିଳ ସ୍ନେହ

ରହିଥାଉ ନିରନ୍ତର ,

ବାକି ଅଭିଳାଷ ପୂରଣ ହେଉ ଯା'

ରହିଅଛି ଦୁହିଁଙ୍କର ।।

ପରସ୍ପର ମଧ୍ୟେ ଅନାବିଳ ସ୍ନେହ

ରହିଥାଉ ନିରନ୍ତର ,

ବାକି ଅଭିଳାଷ ପୂରଣ ହେଉ ଯା'

ରହିଅଛି ଦୁହିଁଙ୍କର ।।

ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


साहित्याला गुण द्या
लॉग इन

Similar oriya poem from Drama