ଦୁଇଦିନ ଭୋକିଲା
ଦୁଇଦିନ ଭୋକିଲା
ଦୁଇ ଦିନ ଭୋକିଲା,
ପେଟେ ତା'ର ଦାନା ନାହିଁ
ଓଠ ମୁହଁ ଶୁଖିଲା ,
ଦୁଇ ଦିନ ଭୋକିଲା ||
ଚାରି ଆଡେ କରୋନା
କାମ ନାହିଁ ଧନ୍ଦା ନାହିଁ
ନାହିଁ ଖାନା ଖଜାନା,
ଠେଲା ଗାଡି କାଢିଲା
କାହୁଁ ଆସି ପୁଲିସ୍ ବାବୁ
ପିଠିରେ ଲାଠି ପିଟିଲା
ରୁଟି ଖଣ୍ଡେ ଦିଅ ବାବୁ
ଦୁଇ ଦିନ ଭୋକିଲା ||
ମଜୁରିଆ ସାଜିଲା
କରୋନା ଭୂତାଣୁ ଭୟେ
କାମ ବନ୍ଦ ହୋଇଲା
ରୋଜଗାର ନାହିଁ ତା'ର
ଖାଦ୍ୟ ସାମଗ୍ରୀ ସରିଲା
କିଛି ଖାଇ ନାହିଁ ସିଏ
ଦୁଇ ଦିନ ଭୋକିଲା
ଖାଇବାକୁ କିଛି ଦିଅ
ଦୁଇ ଦିନ ଭୋକିଲା ||
