STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ଦୁଇ କୂଳ

ଦୁଇ କୂଳ

1 min
437


ଏ ଦୁନିଆଁ ଘାଟର ଦୁଇ କୂଳେ ଲେଖା

ପ୍ରେମ ଆଉ ପ୍ରତାରଣା

ପ୍ରଥମଟି ମିଳେ ଟିକେ ମମତାରେ

ଦ୍ୱିତୀୟ ଟଙ୍କାରେ କିଣା।


ଯାହାର ହୃଦୟ ନିର୍ମଳ ସରଳ

ସତେ ଅବା ଖୋଲା ବହି

ଅଜ୍ଞାନ ମୁରୁଖ ପଢି ବୁଝେନାହିଁ

(ହେଲେ)ଆକର୍ଷେ ଆଦରେ ବିହୀ।


ମୁଣ୍ଡରେ ମସଲା ନ ଥାଏ ଯାହାର

ଜାଣେନା ଜଟିଳ ଅଙ୍କ

ଆଖି ଥାଇ ଅନ୍ଧ ଶବଦ ବୁଝେନା

(ଭାବେ) ବର୍ଣ୍ଣବୋଧ ବାଇଡଙ୍କ।


ହୀନ କି ଜାଣିବ ମାନର ମାନକୁ

ହୃଦୟ ଦରୋଟି କଥା

ପ୍ରତିଭା ଥିଲେ ତ କ୍ଷମତା ପ୍ରଶଂସା

ହରିବ ମନର ବ୍ୟଥା।


ହାଟେ ସିନା ମୂଲ ହୁଏ ଟଙ୍କା ସୁନା

ପ୍ରେମ ବାଟେ ପାଏ ପୁଷ୍ପ

ଦରଦୀ ମନର କଥା ବୁଝେ ପ୍ରେମୀ

ଆଶିଷ ଲଭେ ନିଷ୍ପାପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational