STORYMIRROR

Sisir Kumar Samal

Romance

3  

Sisir Kumar Samal

Romance

ଦୁଇ ଦିନିଆ ପ୍ରେମ

ଦୁଇ ଦିନିଆ ପ୍ରେମ

1 min
249

ଭୁଲିଯାରେ ମନ ତାକୁ

         ଆଉ ଭାବି କିବା ଲାଭ,

ପ୍ରେମ ତୋର ଵେଶି ନୁହେଁ

          ଦୁଇ ଦିନିଆ ଗପ,

ଏ ଦୁଇ ଦିନିଆ ଗପ ।।


ସକାଳ ସୂରୁଜ ଆସି ଫେରେ ସଞ୍ଜକୁ,

         ପ୍ରେମ ତୋର ଦୁଇ ଦିନ,

ବୁଝେଇଦେ ମନକୁ।।


ଆଜି ଚ଼ିହ୍ନା ସାଥୀ ତୋର କାଲି ଅଚିହ୍ନା

          ହୃଦୟ ତୋ ଭାଙ୍ଗିରୁଜି କରିଲା ଚୂନା।।


ମିଛ ଥିଲା ସାଥୀ ତୋର କଲା ଛଳନା

          ଧୋକା ଦେଇ ସାଜିଗଲା ହୃଦୟହୀନା ।।


ଦେଖିଥିଲୁ କେତେ ସ୍ୱପ୍ନ ସବୁ ହୋଇଲା ମିଛ

           ସ୍ମୃତି ତୋର ଧିରେଧିରେ ହୋଇଲା ତୁଚ୍ଛ ।।


ପ୍ରତିଶ୍ରୁତି ସବୁ ତାର ହୋଇଲା ଗପ,

         ପ୍ରେମ ତାର ସତ ନୁହେଁ, ଦୁଇ ଦିନିଆ ଗପ ।।


 ଝରାନା ତୁ ଆଖି ଲୁହ ତା' ମିଛ ପ୍ରେମରେ

          ଭାବି କିବା ଲାଭ ଆଉ ସେ ଗଲା ପରେ ।।


ହାଏରେ ବିଧାତା ତୋର ଏ କି' ନିୟମ,

            ଦୁଇ ଦିନ ପ୍ରେମ ଦେଇ ଭାଙ୍ଗିଲୁ ମନ।।


ଜୀବନଟା ହେଲା ଆଜି ମୋ' ଅଭିଶାପ,

           ଦୁଇ ଦିନ ପ୍ରେମ

ମୋର ହୋଇଲା ଗପ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance