STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଦୁଇ ଦିନ ବାଇମନ

ଦୁଇ ଦିନ ବାଇମନ

1 min
319

ଜୀବନଟା ଏକ ରଙ୍ଗମଞ୍ଚ ସେତ

    ଆମେ ସବୁ କଳାକାର,

କେତେବେଳେ ହସ କେତେବେଳେ କାନ୍ଦ

    ଉତ୍ଥାନ ପତନ ସମ୍ଭାର।


ସଭିଏଁ ଆସିଛେ ଏ ଧରାପୃଷ୍ଠକୁ

    କରିବାକୁ କାମ ମାନ,

ଭଲ କାମ କରି ଚିରଦିନ ପାଇଁ

    ଜିଣିବା ସଭିଙ୍କ ମନ।


କାମ, କ୍ରୋଧ, ଇର୍ଷା, ମୋହ ଆଉ ମାୟା

      ଏ ଗୁଣକୁ କରି ତ୍ୟାଗ,

ଶାନ୍ତି, ମଇତ୍ରି, ପ୍ରିତୀ ସହିଷ୍ଣୁତାକୁ

      ଆପଣେଇ ନେବା ଆଗ।


କେତେ ଦିନ ଅବା ଜୀବନ ଅବଧି

    ଏ ସବୁ ନ କରି ଚିନ୍ତା,

ମହତ କାର୍ଯ୍ୟରେ ମନଯୋଗ ଦେଇ

    ହୋଇବା ଜଗତ ଜିତା।


ମଣିଷ ଜନମ ନୁହେଁ ଯୁଗ ଯୁଗ

    ଦୁଇ ଦିନ ବାଇମନ

ସୃଷ୍ଟି ଆଉ ବିନାଶର ଏଇ ଖେଳ

    ମାୟା, ମୋହ ଧନ ଜନ


ସତମାର୍ଗରେ ସତକର୍ମ କରି

    ଜୀବନଟା ଗଲେ ସରି,

ମରିଗଲା ପରେ ସଭିଏଁ କହିବେ

    ଭଲ ଲୋକ ଗଲା ତରି।


(ଦିନ-୨ ଜୀବନ କବିତା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational