ଦୁଇ ଧାର ଲୁହ
ଦୁଇ ଧାର ଲୁହ
ତୁମେ ଯେତେ ବେଳେ ମୋତେ କଟୁ କଥା କୁହ
ଆସି ଯାଏ ମୋ ଆଖିରେ ଦୁଇ ଧାର ଲୁହ ।
ତୁମେ ମୋତେ ବାହା ହୋଇ ପ୍ରତାରଣା ଦିଅ
ମୋ ଦୁଇ ଆଖି ରୁ ଆସେ ଦୁଇ ଧାର ଲୁହ ।
କେବେ ମୁ ହସୁ ହସୁ ତୁମେ ମୋତେ କଷ୍ଟ କଥା କୁହ
ତୁମେ କି ଜାଣ ନାହିଁ ଆସୁଛି ମୋ ଆଖିରେ ଦୁଇ ଧାର ଲୁହ ।
ଭାରି ଅବିଶ୍ୱାସି ତୁମେ ମୋ ବିଶ୍ୱାସ ରେ ବିଷ ଦିଅ
ଏମିତି ସାଥି ଟେ ତୁମେ ମୋର ତୁମ ପାଇଁ ଆସେ ଦୁଇ ଧାର ଲୁହ ।
ପରିବାର ରେ ଦୁଃଖ ରେ ରହୁଛି କାହାକୁ କହିବି କୁହ
ନିଜର ବି ଏଠି ପର କରି ଦିଏ
ଦୁଇ ଆଖିରୁ ଆସେ ଦୁଇ ଧାର ଲୁହ ।
