STORYMIRROR

Yudhisthir Khamari

Abstract Fantasy

4  

Yudhisthir Khamari

Abstract Fantasy

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
1.1K

ସ୍ବପ୍ନ ଦେଖେ ମଣିଷ ଅନେକ ଆଶା ନେଇ

ବଡ଼ ହେବ ଭଲ ପାଠ ପଢିବ

ପରେ ଭଲ ଚାକିରୀ କରିବ

ଜୀବନର ସମସ୍ତ ସାମର୍ଥ୍ୟ ଲଗାଇ ଦିଏ

ସଫଳତା ପ୍ରାପ୍ତି ପାଇଁ 

ସମୟ କ୍ରମେ ମିଳେ ବି ତାକୁ ସଫଳତା

ଗୋଟି ପରେ ଗୋଟି 

ଚାକିରୀ ମିଳେ ପରେ ମନମୁତାବକ ପାତ୍ର ବି ମିଳେ

ଘର ଦ୍ବାର ଧନସମ୍ପତ୍ତି ସବୁ କିଛି ମିଲିଯାଏ 

ପରେ ପୁଅ ଝିଅ ର ଆକାଂକ୍ଷା

ସେତକ ବି ମିଳିଯାଏ

ପୁନଶ୍ଚ ବଢି ଚାଲେ ଧାଁ ଦଉଡ ଅଧିକ ଉପାର୍ଜନ ପାଇଁ

ପାଠ ପଢା ସହିତ ଭଲ ମଣିଷ ଟିଏ କରିବା

ପୁଣି ଚାକିରୀ ବାକିରି 

ଚାକରି ପରେ ବୋହୂ ନାତି ନାତୁଣୀ ର କାମନା

ସବୁ କଛି ମିଳିଯାଏ ମନମୁତାବକୁ

ହେଲେ ଗୋଟିଏ ମିଳେନି 

ପୁତ୍ର ଠାରୁ ଆକାଂକ୍ଷିତ ସ୍ନେହ ଓ ସାନିଧ୍ୟ

ପୁଅ ଯାଏ ବିଦେଶ ଚାକିରୀ ପାଇଁ

ଭୁଲି ଯାଏ ପିତା ମାତା

ବୁଡିଯାଏ ନିଜ କର୍ମ ଭିତରେ

କେବେ ବି ସମୟ ମିଳେନାହିଁ 

ପିତାମାତା ଙ୍କ ସେବାରେ ଭାଗିଦାର ପାଇଁ

ହେଲେ ତା ପିତା ମାତା ଯେ ତା ପାଇଁ ଲୁହ ଝରାଉଛନ୍ତି

ତାକୁ ଜଣା ନ ଥାଏ

ଯାହା ପାଇଁ ଜୀବନରେ ସଂଗ୍ରାମ କଲା

ସେ ଆଜି କୋଉ କାମକୁ ନୁହେଁ

ଜୀବନର ଗତି କୁ ଲକ୍ଷ୍ୟ କରୁ କରୁ

ଦି ଧାର ଲୁହ ଝରି ଆସେ ଗାଲ ଦେଇ

ଛୁଇଁ ଯାଏ ‌ଓଠକୁ ଜଣା ନ ଥାଏ ତାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract